ବୌଦ୍ଧ ଆଦର୍ଶ କୃଷକ ବଜାରରେ ଖୋଲିବ ବୁଣାକାର ହାଟ
ବୌଦ୍ଧ: ଜିଲାପାଳ ଶ୍ରୀ ଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହରରେ ନୂତନ ଭାବେ ନିର୍ମାଣ ହୋଇଥିବା କୃଷକ ବଜାର ପରିସରରେ ଜିଲା ପ୍ରଶାସନର ଉଦ୍ୟମରେ ଏକ ବୁଣାକାର ହାଟ ଖୋଲିବାକୁ ଯାଉଛି । ଦୀର୍ଘ ଦିନ ହେବ ଏହି ବୁଣାକାର ହାଟ ଖୋଲିବାକୁ ପ୍ରୟାସ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖ ଦିନ ପ୍ରଥମଥର ପାଇଁ ଏହି ହାଟ ବସିବ ବୋଲି ଜଣାପଡିଛି । ଏହି ହାଟରେ ପଶ୍ଚିମ ଓଡିଶାର ସମସ୍ତ ଜିଲାରୁ ବୁଣାକାର ମାନେ ଆସି ସେମାନଙ୍କ ସମାଗ୍ରୀ ବିକ୍ରୟ କରିବେ । ପ୍ରଶାସନ ପକ୍ଷରୁ ସମସ୍ତ ବୁଣାକାର ମାନଙ୍କୁ ପ୍ରଥମ ଦୁଇମାସ ପର୍ଯ୍ୟନ୍ତ ଉକ୍ତ ବଜାରରେ ସ୍ଥାନ ଦିଆଯିବ ।
ଏନେଇ ଆସନ୍ତା ୧୧ ତାରିଖରେ ହାଟ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ପ୍ରଚାର କରଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବଣିକ ସଂଘ ବୌଦ୍ଧର କର୍ମକର୍ତ୍ତା, ବୁଣାକାର ସଂଘର ସଦସ୍ୟ, ବୁଣାକାର ସମବାୟ ସମିତିର ଗୁଡିକର ପ୍ରତିନିଧି, ଅତିରିକ୍ତ ଜିଲାପାଳ ବବିତାରଣୀ ଦଳବେହେରା, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବୌଦ୍ଧ ତହସିଳଦାର ଦେବୀ ପ୍ରସାଦ ଦାଶ , ଏଡିଟି ବିଜୟ କୁମାର ନାଏକ , ଇନିସପେକଟର ଟେକ୍ସଟାଇଲ ଦାମୋଦର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲା ବଣିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏନେଇ ଜିଲାପାଳ ଶ୍ରୀ ସାହୁ ପଦକ୍ଷେପ ନେବାକୁ କହିଥିଲେ ।
Comments are closed.