ହରଭଙ୍ଗାରେ ବିଜେପି ହାତେଇପାରେ ଅଧ୍ୟକ୍ଷ ପଦ!

ବୌଦ୍ଧ: ବୌଦ୍ଧ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଜିଲା ପରିଷଦ ବିଜୁ ଜନତା ଦଳ ହାତେଇବା ସ୍ପଷ୍ଟ ହୋଇଯାଇଛି। ହେଲେ ଜିଲାର ତିନି ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ଆସନ ହାତେଇବା ପାଇଁ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଛି। ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନକୁ ନେଇ ଜିଲାରେ ବର୍ତ୍ତମାନ ସବୁଠୁ ବଡ଼ା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି। ଶାସକ ବିଜେଡି ନା ବିରୋଧୀ ବିଜେପି କିଏ ହାତେଇବ ଅଧ୍ୟକ୍ଷ ପଦବି। ଉଭୟ ଦଳର ନେତାମାନେ ସେମାନଙ୍କ ସପକ୍ଷରେ ବହୁମତ ଥିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ଅପରପକ୍ଷରେ ବିଜେପି ପକ୍ଷରୁ ଅଧ୍ୟକ୍ଷ ପଦବୀ ହାସଲ ପାଇଁ ମ୍ୟାଜିକ ନମ୍ବର ୧୨ଜଣ ସମିତିସଭ୍ୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକି ଅଧ୍ୟକ୍ଷା ନିର୍ବାଚନ ପୂର୍ବରୁ ବିରୋଧୀ ବିଜେପି ଦଳ ନିଜ ଶିବିରରେ ମ୍ୟାଜିକ ସଂଖ୍ୟା ଥିବା ନେଇ ଶକ୍ତି ପ୍ରଦର୍ଶନ କରାଯାଇଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଅଛି।

 

prayash

ଏହି ଫଟୋରେ ବିଜେପିର ରାଧାନଗର ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ନିର୍ବାଚନ ଜିତିଥିବା ସରୋଜ କୁମାର ପ୍ରଧାନଙ୍କ ସହିତ ନବନିର୍ବାଚିତ ସାମ୍ପୋଚ ପଞ୍ଚାୟତର ସମିତି ସଭ୍ୟା ସ୍ନେହଲତା ପ୍ରଧାନ, ବାଣୀଭୂଷଣପୁର ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, ମହାଲିକପଡା ସମିତି ସଭ୍ୟା ସୁଷମା ବେହେରା, ବନ୍ଧାପଥର ସମିତି ସଭ୍ୟା ଗୀତାଂଜଳି ବାରିକ, ବିରନରସିଂହପୁର ସମିତି ସଭ୍ୟା କଲ୍ୟାଣୀ ଦଣ୍ଡସେନା, ହରଭଙ୍ଗା ସମିତି ସଭ୍ୟ ଚିତରଞ୍ଜନ ସେଠୀ, ମଥୁରା ସମିତି ସଭ୍ୟ ସନ୍ତୋଷ ବେହେରା, ଆଡଣୀଗଡ ସମିତି ସଭ୍ୟା ପପିନା କହଁର, ଧଳପୁର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାଏକ, ତିଲେଶ୍ୱର ସମିତି ସଭ୍ୟା ସାବିତ୍ରୀ ବେହେରା, କୁଶଙ୍ଗ ସମିତି ସଭ୍ୟ କାହ୍ନୁ ଚରଣ ନାଥ ଅଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ହାତେଇ ଥିଲେ। ହେଲେ ଚଳିତ ନିର୍ବାଚନରେ ଏହି ବ୍ଲକ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ତିବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାବେଳେ ସୋସିଆଲ ମିଡିଆରେ ଫୋଟ ଭାଇରାଲ ହେବାପରେ ବିରୋଧୀ ଶିବିରକୁ ଏଥର ବ୍ଲକ ଅଧ୍ୟକ୍ଷ ଯିବା ଏକ ପ୍ରକାର ସୁନିଶ୍ଚିତ ବୋଲି ସାଧାରଣରେ ଆଲୋଚନା ହେଉଛି।

kalyan agarbati

Comments are closed.