www.samajalive.in
Monday, December 15, 2025
24.1 C
Bhubaneswar

ଜିଲାର ବିକାଶ ପାଇଁ ଗଣମାଧ୍ୟମର ସହଯୋଗ କାମନା କଲେ ଜିଲାପାଳ

ବୌଦ୍ଧ: ବୌଦ୍ଧ ଜିଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବା ପରେ ପ୍ରଥମଥର ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବୈଠକ ଡାକି ଜିଲାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଜିଲାପାଳ ଶ୍ରୀ ସାହୁ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବା ସହିତ ଜିଲାର ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବା ଉଚିତ ଏବଂ ଲୋକମାନଙ୍କ ସମସ୍ୟା ଏବଂ ସମାଧାନ ସଂପର୍କରେ ଜାଣିବାକୁ ଚାହିଁଥିଲେ ।

ଜିଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱ, ବନ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ, ବୌଦ୍ଧ ସହରରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ, ବୌଦ୍ଧ କିଆକଟା ମହାନଦୀ ସେତୁ ରାସ୍ତାର ଆଲୋକୀକରଣ ସହ ଉପଯୁକ୍ତ ମରାମତି, ବୌଦ୍ଧ ବାଇପାଶ ଓ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରି ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ, ଜିଲାର ପ୍ରାଥମିକ ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ସୁଧାର, ମର୍ଜାକୁଦ ଦ୍ୱୀପାଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ, ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଓ ପାର୍କିଂ ସମସ୍ୟାର ସମାଧାନ, ଖାଉଟିଙ୍କ ଆବଶ୍ୟକତାକୁ ଦେଖି ଅଧିକ ସଂଖ୍ୟାରେ ପନିପରିବା ବଜାର ସୃଷ୍ଟି, ବିକାଶ ନାମରେ ଉଚ୍ଛେଦ ହୋଇଥିବା ଲୋକମାନଙ୍କ ଉପଯୁକ୍ତ ଥଇଥାନ, ଗ୍ରାମାଞ୍ଚଳରେ ଗମନା ଗମନର ବିକାଶ, ଜିଲା ମୁଖ୍ୟ ଚିକିତ୍ସାଳୟ ଚାରିପାଶ୍ୱର୍କୁ ପାର୍କିଂ ମୁକ୍ତ କରାଯିବା ଏବଂ ଜିଲାର ସର୍ବପୂରାତନ ବୌଦ୍ଧ ପଞ୍ଚାୟତ କଲେଜ ପାଇଁ ପରିଚାଳନା କମିଟି ଗଠନ କରିବା ନେଇ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରସ୍ତାବରେ ଆଲୋଚନା ହୋଇଥିଲା ।

- Advertisement -

ଜିଲାପାଳ ଶ୍ରୀସାହୁ ଜିଲାର ବିକାଶ ପାଇଁ ଗଣମାଧ୍ୟମ ଦ୍ୱାରା ସକାରାତ୍ମକ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବା ସହିତ ଯେକୌଣସି ସମସ୍ୟା ରହିଥିଲେ ତାହାର ସମାଧାନ ପାଇଁ ବ୍ୟକ୍ତିଗତ ଆଲୋଚନା ଜରିଆରେ ତାଙ୍କର ଦୃଷ୍ଟି ଆକର୍ଷଣ କଲେ ତାହାର ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ କରୋନା କଟକଣା ହଟି ସାରିଥିବା ଏବଂ ବର୍ତ୍ତମାନ ଜିଲାରେ ସ୍ଥିତି ଠିକ୍‌ ରହିଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସାମିଲ କରାଯିବାକୁ ଏବଂ ପ୍ରଶାସନ ପକ୍ଷରୁ ଠିକ୍‌ ଭାବରେ ସୂଚନା ପ୍ରଦାନ କରିବାକୁ ସାମ୍ବାଦିକ ମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ କୁମାର ନାଏକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଓ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ସମେତ ସମ୍ବାଦିକ ଶଶାଙ୍କ ଶେଖର ମିଶ୍ର, ବିଧାନ ବଳ, ପ୍ରମୋଦ କୁମାର ବାଘ, ଅଜିତ କୁମାର ବାରିକ୍‌, ଦେବାଶିଷ ପୁରୋହିତ, ରବୀନ୍ଦ୍ର ପଟ୍ଟନାୟକ, ଧବଳେଶ୍ୱର ମହାପାତ୍ର, ଅଲେଖିକା ପୃଷ୍ଟି, ଦୀପକ ଅଦର, ସଞ୍ଜୀବ ମହାକୁଳ, ସତ୍ୟନାରାୟଣ ପାଣି ଓ ଅବଦୁଲ ମହସିନ ଖାଁଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories