www.samajalive.in
Tuesday, December 9, 2025
16.1 C
Bhubaneswar

ଯୁବଚାଷୀଙ୍କ ଆକ୍ରମଣରେ ଜମିମାଲିକ ଗୁରୁତର ଆହତ, ବୁର୍ଲା ମେଡିକାଲରେ ଭର୍ତ୍ତି

ବୌଦ୍ଧ: ଜମିରେ ଚାଷ କରିବାକୁ କେନ୍ଦ୍ରକରି ଭାଗଚାଷୀଙ୍କ ଆକ୍ରମଣରେ ଜମିମାଲିକ ଗୁରୁତର ଆହତ ହୋଇଛନ୍ତି  । ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ କାଲେଶ୍ୱର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କାଲେଶ୍ୱର ଗ୍ରାମର ଯୋଗୀନ୍ଦ୍ର ବେହେରା ଗାଈ ଚରାଇ ନିଜ ଘରକୁ ଫେରୁଥିବାବେଳେ ପୂର୍ବରୁ ତାଙ୍କ ଜମି ଭାଗରେ ନେଇ ଚାଷ କରୁଥିବା ଯୁବକ ମଙ୍ଗଳୁ ନାୟକ ହଠାତ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ  ।  ଅତର୍କିତ ଆକ୍ରମଣରେ ଯୋଗୀନ୍ଦ୍ର ଗୁରୁତର ଆହତ ହୋଇ ପଡିଯାଇଥିଲେ  ।

ଗୁରୁତର ଆହତ ଅବସ୍ଥାରେ ଘର ଲୋକେ ଉଦ୍ଧାରକରି ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  ।  ଦେହ ଅଧିକ ଗୁରୁତର ହେବାରୁ ଯୋଗୀନ୍ଦ୍ରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ସୂଚନା ପ୍ରକାରେ ଯୋଗୀନ୍ଦ୍ରଙ୍କ ଚାଷ ଜମି ଠିକାରେ ନେଇ ମଙ୍ଗଳୁ ଚାଷ କରିଆସୁଥିଲା  । ଚଳିତ ବର୍ଷ ମଙ୍ଗଳୁ ଚାଷନକରି ଯୋଗୀନ୍ଦ୍ରଙ୍କ ସହିତ ପୂର୍ବରୁ ଝଗଡା କରିଥିଲେ  । ଗ୍ରାମବାସୀଙ୍କ ବୁଝାସୁଝା ପରେ ମାମଲାର ସମାଧାନ ହୋଇଯାଇଥିଲା  । ଆଜି କୌଣସି କାରଣରୁ ମଙ୍ଗଳୁ ଉତ୍ୟକ୍ତ ହୋଇ ହଠାତ ଯୋଗୀନ୍ଦ୍ର ଉପରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା  । ଏନେଇ ଯୋଗୀନ୍ଦ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି  ।  ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି  ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories