ଗିରାସିଙ୍ଗାରେ ଗଣେଶ ମହୋତ୍ସବ ପାଳିତ

ବୌଦ୍ଧ : ବୌଦ୍ଧ ଜିଲା ବଢିଗାଁ ପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଏବିଲିଟି ଇଣ୍ଡିଆ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଆଶା ଶିକ୍ଷଣ କେନ୍ଦ୍ର ଠାରେ ଗଣେଶ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରତାପ କୁମାର ରଥ, ଜଗନ୍ନାଥ ଆଧ୍ୟାତ୍ମିକ ପ୍ରେମି ଚନ୍ଦ୍ରକାନ୍ତ ନାୟକ ଓ ଗ୍ରାମର ବିଷ୍ନୁଚରଣ ଅମାତ, ସାନନ୍ଦ ମାଝୀ, ନନ୍ଦକିଶୋର ନାଏକ, ସତ୍ୟ ନାୟକ, କହ୍ନାଇ ନାୟକ, ଲୋକନାଥ ନାୟକ, ନରସିଂହ ନାୟକ, କବି ଅରୁଣ ମେହେର, ସୁବଳ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନଙ୍କ ଦ୍ୱାରା ଗଣେଶ ଭଜନ, ନୃତ୍ୟୁ, ଚିତ୍ର ଆଦି ପ୍ରତିଯୋଗିତା କରାଯାଇଥିଲା। ଏହା ପିଲାମାନଙ୍କ ଦ୍ୱାରା ନିଶା ନିବାରଣ, ବାଲ୍ୟବିବାହ, ଶିଶୁ ଶ୍ରମିକ ଉପରେ କ୍ଷୁଦ୍ର ନାଟକ ପରିବଷେଣ ହୋଇଥିଲା। କାର୍ଯ୍ୟକ୍ରମ ଅଶା କେନ୍ଦ୍ରର ଶିକ୍ଷକ ନିବାଶ ନାୟକଙ୍କ ତତ୍ୱାବଧାନାରେ ହୋଇଥିବା ବେଳେ ଏବିଲିଟି ଇଣ୍ଡିଆର ସସ୍ମିତା ବାଦୀ ଓ ପ୍ରଣୟନୀ ଲେଙ୍କା ଉପସ୍ଥିତ ଥିଲେ।

kalyan agarbati

Comments are closed.