www.samajalive.in
Sunday, December 7, 2025
14.1 C
Bhubaneswar

ବିଭିନ୍ନ ସ୍ଥାନରେ ଗୋଆଧରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ :  ବୌଦ୍ଧ ଜିଲ୍ଲାପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତାରେ, ମଥୁରା ପଞ୍ଚାୟତ ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଇତ୍ୟାଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନ ଏ ସି ମହିଳା ମାନଙ୍କୁ ନେଇ ବନ୍ୟା ଆଶ୍ରୟ ସ୍ଥଳୀ, ହରଭାଙ୍ଗା ବ୍ଲକ ମଥୁରା ଓ ରଧନଗର ପଂଚାୟତ ପାଇଁ ମାହେଶ୍ୱରୀ ଗୋଶାଳା, ବୌଦ୍ଧ ବ୍ଲକ ପାଇଁ ତିକର ପଡ଼ା ବଡ଼ ଗୋଛପଦା ଓ କଣ୍ଟାମାଳ ବ୍ଲକ ପାଇଁ ଡପଲା ଥାରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜଳନ ପୂର୍ବକ ଉଦଘାଟନ କରି ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ ।  ଅନ୍ୟତମ ଅତିଥଭାବେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଇ ମୋନରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍ ମିଶ୍ର, ସାମାଜିକ କର୍ମୀ କେଦାରନାଥ ସାହୁ, କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜିକ କର୍ମୀ ଜନବାଡ଼ି ଗୌଡ, ସନ୍ତୋଷ ଦନ୍ତା, ଲବ ବଘାର ମିଶନ ଶକ୍ତି ବ୍ଲକ କାର୍ୟ୍ୟକ୍ରମ ଅଧିକାରୀ ପ୍ରଭାତ ପ୍ରଧାନ ଓ କର୍ମଚାରୀ ଏସ ରହମାନ, ସୂପର୍ଣା ମହାନ୍ତି, ପବନ କୁମାର ପଲେଇ, ମନୋରଞ୍ଜନ ପାଲ୍ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।  କମ୍ ଦିନ ମଧ୍ୟରେ ଏନ୍ ଏ ସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।  ମୁଖ୍ୟ ପ୍ରଶିକ୍ଷିକା ଭାବେ ସୁନ୍ଦରଗଡ଼ ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବର ରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ ।  ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୦ ଜଣ ମହିଳା ଯୋଗଦେଇ ତାଲିମ ନେଇଥିଲେ ।  ଏଥିରେ ସୁଷମା କଲତା, ପ୍ରତିମା ଦନ୍ତା, ଅଜିତ୍ ପଟ୍ଟନାୟକ, ବଳରାମ ପ୍ରଧାନ, ଦୁର୍ୟ୍ୟଧନ ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ପିସ ଫୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ, ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ, ଅଧକ୍ଷ ନିର୍ଗୁଣ ମହାକୁଡ କାର୍ୟକ୍ରମ ପରିଚାଳନା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories