www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧରୁ ପୁରୀ ଗଲା ରଥକାଠ, ଭାବବିହ୍ୱଳ ପରିବେଶରେ ବିଦାୟ ଦେଲା ପ୍ରଶାସନ

ବୌଦ୍ଧ : ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଲାଗି ବୌଦ୍ଧରୁ ରଥକାଠ ପୁରୀକୁ ପଠାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲାପାଳ ସତ୍ୟରଂଜନ ସାହୁ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ପ୍ରମୁଖଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ନଡ଼ିଆ ଭାଙ୍ଗି ସବୁଜ ପତାକା ଦେଖାଇ ରଥକାଠକୁ ବିଦାୟ ଦିଆଯାଇଛି। ସଂକୀର୍ତ୍ତନ ମଣ୍ଡଳୀ ସହିତ ରଥକାଠ ବୋଝେଇ ଗାଡିକୁ ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବୁଟୁପାଲି ପର୍ଯ୍ୟନ୍ତ ନିଆଯାଇଥିଲା। ଯିବା ରାସ୍ତାରେ କଳସୀମାନ ବସାଯାଇ ଘଣ୍ଟ, ବାଦ୍ୟ ଓ ହୁଳହୁଳି ପରିବେଶ ମଧ୍ୟରେ ସେଠାରୁ ପୁରୀ ଅଭିମୁଖେ ବିଦାୟ ଦିଆଯାଇଥିଲା।

ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଆଇନଜୀବୀ ଅଶୋକ କୁମାର ସାହୁ, ଯୋଗେଶ ପ୍ରସାଦ ନାୟକ, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ତହସିଲଦାର ଦେବୀ ପ୍ରସାଦ ଦାଶ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲାପ୍ରଶାସନ ଏବଂ ବନବିଭାଗର ଅଧିକାରୀଙ୍କ ସହ ସହରର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନି ଦେଇ ଗୋଟିଏ ଟ୍ରକରେ କାଠ ପଠାଇଥିଲେ। ବୌଦ୍ଧ ବନଖଣ୍ଡର ପ୍ରତ୍ୟକ୍ଷ ତତ୍ୱାବଧାନରେ କଣ୍ଟାମାଳ ରେଞ୍ଜ ମାତାକୁପା ସଂରକ୍ଷିତ ଜଙ୍ଗଲରୁ ଏହି କାଠ କଟାଯାଇ ପଠାଯାଇଥିବା ଜଣାଯାଇଛି।

- Advertisement -

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ରଥ ନିର୍ମାଣ ପାଇଁ ବୌଦ୍ଧରୁ ସମୁଦାୟ ୩୦୨ ଖଣ୍ଡ କାଠ ପଠାଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ ଧଉରା କାଠ ଗୋଟିଏ ଟ୍ରକ ଯୋଗେ ପଠାଯାଇଛି। ମାଧପୁର, ମନମୁଣ୍ଡା ଆଦି ରେଞ୍ଜରୁ ଆହୁରି ୨୩୦ ଖଣ୍ଡ ଅସନ, ୨୦ ଖଣ୍ଡ ଧଉରା, ୧୨ ଖଣ୍ଡ ଫାସି ଓ ୨ ଖଣ୍ଡ ଶିମିଳି କାଠକୁ ଚିହ୍ନଟ କରାଯାଇ କଟାଯାଇଛି। ସେଗୁଡିକୁ ତୁରନ୍ତ ପୁରୀ ଅଭିମୁଖେ ପଠାଯିବ। ପୁରୀର ପ୍ରତିନିଧି ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ମହାରଣାମାନେ ଆସି ରଥକାଠ ଚିହ୍ନଟ କରିଥିଲେ। ତେବେ ଜିଲାର ଜଙ୍ଗଲ ଗୁଡିକରେ ପୁରୀ ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ଧଉରା, ଫାସୀ, ଅସନ, ଗମ୍ଭାରୀ, ଶିମୁଳି ଆଦି କାଠ ବହୁ ସଂଖ୍ୟାରେ ରହିଥିବାବେଳେ ଗଜପତି ମହାରାଜାଙ୍କ ଉଦ୍ୟମରେ ସୃଷ୍ଟି ହୋଇଥିବା ଶ୍ରୀଜଗନ୍ନାଥ ବନପ୍ରକଳ୍ପ ଭବିଷ୍ୟତରେ ପୁରୀ ରଥ ନିର୍ମାଣ ପାଇଁ ସମସ୍ତ ଆବଶ୍ୟକତା ପୂରଣ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories