ବୌଦ୍ଧ: ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳିତ ହୋଇଯାଇଛି। ଜିଲା ଓକିଲ ସଂଘ କାର୍ଯ୍ୟାଳୟଠାରେ ସଂଘର ସଦସ୍ୟମାନେ ଉତ୍କଳ ଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାପରେ ସଭାପତି ତାରେଣି କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ବରିଷ୍ଠ ଆଇନଜିବୀ ଓମପ୍ରକାଶ ମିଶ୍ର ଲୟର୍ସ ଡେ ପାଳନର ଗୁରୁତ୍ୱ ଓ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜିବୀନ ଉପରେ ଆଲୋକପାତ କରିଥିଲେ। ଉପସଭାପତି ବିଶ୍ୱଜିତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ଜିଲା ଓକିଲ ସଂଘର ସଦସ୍ୟ ମାନେ କୋର୍ଟ ଛକ ପରିସରରେ ଥିବା ମଧୁସୁଦନ ଦାସଙ୍କ ପ୍ରତିମୁର୍ତ୍ତିରେ ଫୁଲମାଳ ସହ ଧୂପ ପ୍ରଦାନ କରିଥିଲେ। ଜିଲା ଓକିଲ ସଂଘର ସଂପାଦକ ଅଶୋକ କୁମାର ମିଶ୍ର, ବରିଷ୍ଠ ଆଇନଜିବୀ ନାରାୟଣ ପ୍ରସାଦ ପରିଜା, ନବ କୁମାର ମିଶ୍ର, ଆଇନଜିବୀ ଅଶୋକ କୁମାର ସାହୁ, ଯୋଗେଶ ପ୍ରସାଦ ନାୟକ, ଶିବ ପ୍ରସାଦ ପଣ୍ଡା, ତାରେଣି ଜେନା, ପ୍ରଦୀପ ମହାରଣା, ଦେବରଞ୍ଜନ ବିଶି, ଅଜିତ କୁମାର ବାରିକ, ଅଙ୍କିତା ଶତପଥୀ, ଜ୍ୟୋତିର୍ମୟୀ ମିଶ୍ର, ଜୁଲିୟସସିଜର ମହାକୁଳ, ଅମ୍ରିତ ପ୍ରଧାନ, ମନୋଜ କୁମାର ମହରଣା ପ୍ରମୁଖ ଯୋଗ ଦେଇଥିଲେ।
Popular Categories



