www.samajalive.in
Sunday, December 14, 2025
19.1 C
Bhubaneswar

ବାଲ୍ୟବିବାହ ମଞ୍ଚର ବାର୍ଷିକ ଅଧିବେଶନ

ବୌଦ୍ଧ: ବୌଦ୍ଧ ଜିଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ଅଧିବେଶନ ଗୁରୁବାର ଦିନ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ବବିିତାରାଣୀ ଦଳବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଭାରପ୍ରାପ୍ତ ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ଶେଖର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା ଶ୍ରମଅଧିକାରୀ ପ୍ରଶନ୍ନ କୁମାର ପ୍ରଧାନ ଯୋଗଦେଇ ନିର୍ମାଣ ଶ୍ରମିକ ଯୋଜନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଶିଶୁ ମାନଙ୍କ ପାଇଁ ଥିବା ଯୋଜନା ଉପରେ କହିବାସହ ବାଲ୍ୟବିବାହରୁ ମୁକ୍ତ ହେଉଥିବା ବାଳିକାମାନଙ୍କୁ ଆଗକୁ ପାଠପଢ଼ା ଜାରି ରଖିବାକୁ ଆହ୍ୱାନ କରିଥିଲେ।

ଶିଶୁମଙ୍ଗଳ ସମିତିର ଅଧକ୍ଷ୍ୟ ସାକ୍ଷୀଗୋପାଳ ପ୍ରଧାନ କିଶୋର ବାଳିକା ବାଳକମାନେ ଯେପରି ସଶକ୍ତ ହୋଇପାରିବେ ସେନେଇ ଥିବା ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀମତୀ ଦଳବେହେରା ଯେପରି ଜିଲା ବାଲ୍ୟବିବାହ ମୁକ୍ତ ହୋଇପାରିବ ସମସ୍ତଙ୍କର ଦାୟିତ୍ୱ ବୋଲି ମତବ୍ୟକ୍ତ କରିବାସହ ସରକାରଙ୍କ ଯୋଜନାର ଲାଭ ନେବାକୁ ପରମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସିଡିପିଓ ନିରୁପମା ପାଣି ଓ ଜ୍ୟୋସ୍ନା ପାଢ଼ୀ ଆଗାମୀ ଦିନରେ ବାଲ୍ୟ ବିବାହ ମଞ୍ଚର କାର୍ଯ୍ୟକ୍ରମ ଉପରେ ଆଲାକପାତ କରିଥିଲେ। ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତ୍ରୀ ସୁଶ୍ରୀ ପ୍ରବିଜ୍ଞା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories