www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧ ଜିଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ୭୯୯୪ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

ବୌଦ୍ଧ: ଆଜିଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ବୌଦ୍ଧ ଜିଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ୭୯୯୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ହରଭଙ୍ଗା ବ୍ଲକର ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଓ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ସେହିଠାରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।

ସେହିପରି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକଙ୍କ ସମେତ ତିନିଜଣ ଶିକ୍ଷକଙ୍କୁ ସେହି ପରୀକ୍ଷା କେନ୍ଦ୍ରରେ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ନିୟୋଜିତ କରାଯାଇଛି। ସରକାରୀ ବିଦ୍ୟାଳୟ ବ୍ୟତୀତ ଆବଶ୍ୟକତା ଅନୁଯାୟୀ କିଛି ବେସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ମାଟ୍ରିକ ପରୀକ୍ଷା କେନ୍ଦ୍ର ଗୁଡିକରେ ନିୟୋଜିତ କରାଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେବା ପାଇଁ ଟେବୁଲ ଓ ବେଞ୍ଚ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ସେହିପରି ଶୃଙ୍ଖଳିତ ଭାବରେ ପରୀକ୍ଷା ପରିଚାଳନା ପାଇଁ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଦୁଇଗୋଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାବ୍ୟତୀତ ବୋର୍ଡ ପକ୍ଷରୁ ମଧ୍ୟ ସ୍କ୍ୱାର୍ଡ ବୁଲି ବିଭିନ୍ନ ପରୀକ୍ଷା କେନ୍ଦ୍ର ତଦାରଖ କରିବେ ବୋଲି ଜଣାପଡ଼ିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories