www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧରେ ୪୫ ଡିଗ୍ରୀ ଛୁଇଁଲା ତାପମାତ୍ରା

ବୌଦ୍ଧ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଚଳିତ ବର୍ଷ ସମସ୍ତ ରେକର୍ଡକୁ ଭଙ୍ଗ କରି ବୌଦ୍ଧଜିଲାର ତାପମାତ୍ରା ୪୫ ଡିଗ୍ରୀରେ ପହଂଚିଛି। ଗୁରୁବାର ବୌଦ୍ଧର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ଜିଲ୍ଲାରେ କହିବାକୁ ଗଲେ ଅଗ୍ନିବର୍ଷା ହେଉଥିବା ଭଳି ମନେ ହେଉଛି। ଦିନ ୯ଟା ପରେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ଅତି ଆବଶ୍ୟକ ନଥିଲେ ଲୋକେ ଘରୁ ପଦାକୁ ବାହାରିବା ଉଚିତ ମଣୁ ନାହାନ୍ତି। ପ୍ରବଳ ଖରା ସହିତ ଝାଂଜି ପବନ ଜନଜୀନକୁ ଅସ୍ତବ୍ୟସ୍ତ କରିପକାଉଛି। ବିଦ୍ୟୁତ କାଟ ନକରବାକୁ ରାଜ୍ୟସରକାରଙ୍କ ଘୋଷଣା ସତ୍ୱେ ଜିଲ୍ଲାରେ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦିଗୁଣ କରିଦେଉଛି।

ଜିଲ୍ଲାରେ ବ୍ୟାପକ ଭାବରେ ଜଙ୍ଗଲ ପୋଡି ସାଙ୍ଗକୁ ଶୁଷ୍କ ମହାନଦୀର ବାଲିର ତାତି ସହର ମଧ୍ୟରେ ସବୁଆଡେ କଂକ୍ରିଟମୟ ପରିବେଶ ଯୋଗୁଁ ଜିଲ୍ଲାର ତାପମାତ୍ରା କ୍ରମାଗତ ଭାରେ ବୃଦ୍ଧି ପାଉଥିବା ପରିବେଶବିତମାନେ ମତପ୍ରକାଶ କରୁଛନ୍ତି। ପ୍ରତିବର୍ଷ ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ କରାଯାଉଥିବା କୁହାଯାଉଥିବା ବେଳେ ତାହା କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାଉଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ମୁଣ୍ଡରେ ଓଦା ଗାମୁଛା ଓ ଟୋପି ଲଗାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଲୁଛି। ତାତିରୁ ତ୍ରାହି ପାଇବା ପାଇଁ ଲୋକମାନେ ଲସି,ସରବତ, ଆଖୁରସ, ତରଭୂଜ ଥିବା ଦୋକାନମାନଙ୍କରେ ଭିଡ ଦେଖିବାକୁ ମିଳୁଛି। ଖରାରେ ପଥିକମାନଙ୍କ ଯେପରି ଜଳ କଷ୍ଟ ଅନୁଭବ ନ କରନ୍ତି ସରକାର ଗ୍ରାମମାନଙ୍କରେ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବହୁ ସ୍ଥାନରେ କେବଳ ଜଳଛତ୍ରର ବେନର ଟଣା ହୋଇଥିବାବେଳେ ମାଠିଆରେ ପାଣି ନଥିବାର ଅଭିଯୋଗ ହେଉଛି। ଯାହାଫଳରେ ସେହିବାଟ ଦେଇ ଯାଉଥିବା ପଥିକମାନେ ପାଣି ପିଇବା ପାଇଁ ଗଲାବେଳକୁ ପାଣି ନଥିବା ଅଭିଯୋଗ ହେଉଛି। ସେହିପରି ସରକାର ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା କରିଥିଲେ ମଧ୍ୟ ଲୋକେ ପାଣି ପାଇଁ ଡହକ ବିକଳ ହେଉଛନ୍ତି। ଅନେକ ଗ୍ରାମରେ ନାଳ,ପୋଖରୀ ସବୁ ଶୁଷ୍କ ହେବାକୁ ଲାଗିଥିବାବେଳେ ଆଗକୁ ପ୍ରବଳ ପାନୀୟଜଳ ସଙ୍କଟ ଆଶଙ୍କା ଦେଖାଗଲାଣି।

- Advertisement -

ଅନ୍ୟପଟେ ଜିଲାରେ ତାପମାତ୍ରା ସର୍ବୋଚ୍ଚସ୍ତରରେ ପହଞ୍ଚିଥିବାବେଳେ ଅଂଶୁଘାତ ଆଶଙ୍କା ମଧ୍ୟ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ବାରମ୍ବାର ଖରାରେ ଘରୁ ନବାହାରିବାକୁ ଓ ଜରୂରୀ କାର୍ଯ୍ୟରେ ଗଲେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ସହ ଯିବାକୁ ସଚେତନ କରାଯାଉଅଛି। ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ପାନୀୟଜଳର ଉପଯୁକ୍ତ ବ୍ୟବସ୍ଥା ଓ ବିଦ୍ୟୁତ ବିଭାଗ ପକ୍ଷରୁ ନିରବିଛିନ୍ନ ସେବା ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories