ବାଇକ ଦୁର୍ଘଟଣାରେ ଜଣେ ମୃତ, ଆଉଜଣେ ଗୁରୁତର

ବୌଦ୍ଧ: ବୌଦ୍ଧଥାନା ଅନ୍ତର୍ଗତ ଜଗନ୍ନାଥ ସଡକର ତସଲା ପଡିଆ ଠାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ପାଣିଘରା ଗ୍ରାମର ସୁରେନ୍ଦ୍ର ବେହେରା(୨୬) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ପାଣିଘରା ଗ୍ରାମର ସୁରେନ୍ଦ୍ର ବେହରୋ ଓ ବୁଲୁରା ଗ୍ରାମର ଅନୀଲ କର୍ମୀ ଏକ ବାଇକ ଯୋଗେ କୌଣସି କାର୍ଯ୍ୟରେ ବୌଦ୍ଧକୁ ଆସି ଜଗନ୍ନାଥ ସଡକରେ ଘରକୁ ଫେରୁଥିବା ସମୟରେ ରାମଗଡ ପଞ୍ଚାୟତ ପଲସପାଟ ତସଲା ପଡିଆ ଠାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା। ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନୀଲର ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ବୌଦ୍ଧ ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କଲାପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।

Comments are closed.