bjd gruha runa banner

‘ଉତ୍ସର୍ଗ’ ପକ୍ଷରୁ ଅସହାୟ ଓ ନିରାଶ୍ରୟମାନଙ୍କୁ କମ୍ବଳ ବଂଟନ କରାଯିବ

bjd  ek lkhya koti banner

ବୌଦ୍ଧ: ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯିବାକୁ ନିଷ୍ପତି ନିଆଯାଇଛି। ଏହା ସହିତ ଡାକ୍ତରଖାନାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନିୟମିତ ଅନୁଧ୍ୟାନ କରି ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିନିମନ୍ତେ ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଅନୁଷ୍ଠାନର ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସମସ୍ତ ଆଲୋଚନା କରାଯିବା ସହ କମ୍ବଳ ବଂଟନ କରାଯିବା ନିମନ୍ତେ ଦାନଦାତାଙ୍କ ଠାରୁ କମ୍ବଳ ଓ ଆର୍ଥିକ ସହଯୋଗ ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି। ବୈଠକରେ ନାରାୟଣ ଅଗ୍ରୱାଲ, ଦୀପକ କୁମାର ଅଦର, ମିଥୁନ କୁମାର ସାହୁ, ରାଜକିରନ ଅଗ୍ରୱାଲା, ଦୀପକ ମହାରଣା, ଶାନ୍ତନୁ ପଟ୍ଟନାୟକ, ରଞ୍ଜିତା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

Comments are closed.