www.samajalive.in
Thursday, December 11, 2025
23.1 C
Bhubaneswar

ଫୋନ୍ ବାହାର କରିବା ଦରକାର ନାହିଁ ! ଗୀତ ବଜାଇବା ସହ ଫଟୋ ପୋଷ୍ଟ କରିବ ଏହି ଚଷମା

ନୂଆଦିଲ୍ଲୀ : ମେଟାର ରେ-ବ୍ୟାନ୍ ସ୍ମାର୍ଟ ଗ୍ଲାସକୁ ଗତ କିଛି ମାସରେ ଅନେକ ନୂଆ ଫିଚର୍ସ ମିଳିଛି । ଏଥିରୁ ଏକ ଖାସ୍ ଫିଚର ହେଉଛି ସିଧା ଇନଷ୍ଟାଗ୍ରାମରେ ଷ୍ଟୋରେଜ୍ ପୋଷ୍ଟ କରିବାର ସୁବିଧା ।  ଏଣିକି ଆପଣ ଫୋନ୍ ବାହାର ନକରି ନିଜ ରେ-ବ୍ୟାନ୍ ଚଷମାରେ ଫଟୋକୁ ସିଧା ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିପାରିବେ । ମେଟା ନିଜ ରେ-ବ୍ୟାନ୍ ଗ୍ଲାସେସ ପାଇଁ ଅନ୍ୟ ଅପଡେଟ୍ସ ମଧ୍ୟ ଜାରି କରିଛି, ଯେଉଁଥିରେ ଆମାଜନ ମ୍ୟୁଜିକ୍ ଏବଂ ମେଡିଟେସନ ଆପ୍ Calm  ସାମିଲ ।

ଆପଣ ରେ-ବ୍ୟାନ୍ ଚଷମାରେ ନିଆଯାଇଥିବା ଫଟୋକୁ ପୂର୍ବରୁ ବା ପରେ କମାଣ୍ଡ ଦେଇ ପୋଷ୍ଟ କରିପାରିବେ । ଉଦାହରଣ ପାଇଁ ଫଟୋ ନେବା ପରେ ଆପଣ କହିପାରିବେ କି ‘ହେ ମେଟା, ସେୟାର ମାଇଁ ଲାଷ୍ଟ ଫଟୋ ଟୁ ଇନଷ୍ଟାଗ୍ରାମ’ ବା ନୂଆ ଫଟୋ ନେବା ପୂର୍ବରୁ ‘ପୋଷ୍ଟ ଏ ଫଟୋ ଟୁ ଇନଷ୍ଟାଗ୍ରାମ’ କହିପାରିବେ । ରେ-ବ୍ୟାନ୍ ଗ୍ଲାସରୁ ନିଆଯାଇଥିବା ଫଟୋକୁ ପୋଷ୍ଟ କରିବାର ଦ୍ବିତୀୟ ଉପାୟ ମେଟା ଭ୍ୟୁ ଆପ୍ ।

- Advertisement -

ଏମିତି କରିବା ପାଇଁ ଆପଣଙ୍କୁ ବାସ୍ ଆପ୍ ଖୋଲିବାକୁ ପଡିବ, ଗ୍ୟାଲେରୀ ସେକ୍ସନକୁ ଯିବାକୁ ହେବ ଏବଂ ଯେଉଁ ଫଟୋକୁ ଆପଣ ସେୟାର କରିବାକୁ ଚାହୁଁଛନ୍ତି ତାକୁ ସେୟାର କରିବାକୁ ହେବ । ତେବେ ଏକଥା ଧ୍ୟାନରେ ରଖିବାକୁ ହେବ କି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମେଟା ଆପ୍ ସହିତ କନେକ୍ଟ କରିବାକୁ ହେବ । ଖାଲି ସେତିକି ନୁହେଁ, ଆପଣ କମାଣ୍ଡ ଦେଇ ଏଥିରେ ଗୀତ ମଧ୍ୟ ବଜାଇ ପାରିବେ । ଏଥିରେ ‘ହେ ମେଟା, ପ୍ଲେ ଆମାଜନ ମ୍ୟୁଜିକ୍’ କହିବା ପରେ ଚଷମା ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲେଲିଷ୍ଟ ମଧ୍ୟ ଚଲାଇବ ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories