www.samajalive.in
Tuesday, December 9, 2025
17.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ଚାଷୀ ପୁଅ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ଚିତମୁଣ୍ଡା ଗ୍ରାମର ଘନଶ୍ୟାମ ଘିଙ୍କ ପୁଅ ଭୂପେନ୍ଦ୍ର ଘି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ ରୁ ୪୯୯ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ର । ବିଭିନ୍ନ ସମୟରେ ସ୍କୁଲରେ ହେଉଥିବା ବକ୍ତୃତା ଓ ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇ ଆସିଥିବା ଭୂପେନ୍ଦ୍ର ହେଉଛନ୍ତି ଜଣେ ଚାଷୀ ପରିବାର ପୁଅ । ଏହି ସଫଳତା ୭ରୁ ୮ ଘଣ୍ଟା ପରିଶ୍ରମ, ବାପା ମାଆଙ୍କ ପ୍ରେରଣା, ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପଦେଶ ଏବଂ ଭଗବାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ବୋଲି ଭୂପେନ୍ଦ୍ର କହିଛନ୍ତି । ଆଗକୁ ସେ ପଢ଼ା ଜାରି ରଖିବେ ବୋଲି କହିଛନ୍ତି ଚାଷୀ ପୁଅ ତଥା ବ୍ଲକ ଟପ୍ପର ଭୂପେନ୍ଦ୍ର । ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ରଶ୍ମିତା ନେତମ, ଏବିଇଓ ତୋଫାନ ମାଝୀ, ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ସମେତ ଜବାହର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଭୂପେନ୍ଦ୍ରଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories