ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା, ୮୫ ବର୍ଷ ବୟସରୁ ଊର୍ଦ୍ଧ ବରିଷ୍ଠ ନାଗରିକ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆଦି ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରୁଛନ୍ତି।

prayash

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ ୯୪ ହଜାର ମତଦାନ ହୋଇସାରିଛି। ଏହା ମଧ୍ୟରେ ୮୫ ବର୍ଷ ବୟସରୁ ଊ–ର୍ ବରିଷ୍ଠ ମତଦାତା ଓ ଭିନ୍ନକ୍ଷମ ମତଦାତାମାନେ “ହୋମ୍ ଭୋଟିଙ୍ଗ୍’ ମାଧ୍ୟମରେ ମତଦାନ କରୁଥ#ବାବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସି(PVC)ରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପିବିିଏଫସି ମାଧ୍ୟମରେ ମତଦାନ କରିଛନ୍ତି।

Comments are closed.