www.samajalive.in
Wednesday, December 10, 2025
14.1 C
Bhubaneswar

ରାତିରେ ଚୋରି ହେଉଛି ହ୍ବାଟ୍ସଆପ୍ ୟୁଜର୍ସଙ୍କ ଡାଟା, ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ରାତିରେ ହ୍ବାଟ୍ସଆପ ୟୁଜର୍ସଙ୍କ ଡାଟା ଚୋରି ହେଉଛି। ଏକ ଆଶ୍ବର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନ ଆଇଟି କମ୍ପାନୀଗୁଡିକ ପ୍ରାୟତଃ ସାମାଜିକ ଗଣମାଧ୍ୟମ ତଥ୍ୟକୁ ବିକ୍ରି କିମ୍ବା ବିଶ୍ଳେଷଣ କରୁଥିବା ଅଭିଯୋଗ ଆସିଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଲନ ମସ୍କ। ରାତିରେ ଆଇଟି କମ୍ପାନୀଗୁଡ଼ି ହ୍ବାଟ୍ସଆପ ୟୁଜର୍ସଙ୍କ ଡାଟାକୁ ଚୋରି ହେଉଥିବାରୁ ଏହାର ସୁରକ୍ଷା ନେଇ ସେ ପ୍ରଶ୍ନ କରିଛନ୍ତି।

ଟେସ୍‌ଲା ଏବଂ ସ୍ପେସ୍ ଏକ୍ସ (ସ୍ପେସ୍ ଏକ୍ସ)ର ସିଇଓ ତଥା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର (ଏକ୍ସ)ର ମୁଖ୍ୟ ଏଲନ୍ ମସ୍କଙ୍କ ଏକ ସଦ୍ୟ ପୋଷ୍ଟ ଏହି ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ୟୁଜର୍ସଙ୍କ ଡାଟା ସୁରକ୍ଷା ଉପରେ ସେ କହିଛନ୍ତି ଯେ ହ୍ବାଟ୍ସଆପ୍‌ ରାତିରେ ୟୁଜରମାନଙ୍କର ଡାଟା ଚୋରି କରୁଛି। ମେଟାର ସ୍ବାମୀତ୍ବ ଥିବା ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍ ଏହାର ୟୁଜରମାନଙ୍କୁ ଗ୍ରାହକ ନୁହେଁ ବରଂ ଏକ ଉତ୍ପାଦ ଭଳି ଦେଖୁଛି।  ଏକ୍ସରେ ହ୍ବାଟ୍ସଆପ୍‌କୁ ନେଇ ମସ୍କ କରିଥିବା ଏଭଳି ପୋଷ୍ଟକୁ ନେଇ ଏବେ ହ୍ବାଟ୍ସଆପ୍ ୟୁଜର୍ସଙ୍କ ଚିନ୍ତା ବଢ଼ିଯାଇଛି।

- Advertisement -

ସାମାଜିକ ଗଣମଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ ତଥା ଟ୍ବିଟରେ ଜଣେ ଉପଭୋକ୍ତା ପୋଷ୍ଟ କରିଛନ୍ତି ଯେ ପ୍ରତିଦିନ ରାତିରେ ହ୍ବାଟ୍ସଆପରେ  ଉପଭୋକ୍ତାଙ୍କ ତଥ୍ୟ ରପ୍ତାନି ହେଉଛି। ମସ୍କ ବ୍ୟବହାରକାରୀଙ୍କ ଏହି ପୋଷ୍ଟର ଉତ୍ତର ଦେଇ ଲେଖିଛନ୍ତି ଯେ, ହ୍ବାଟ୍ସଆପ୍‌ ପ୍ରତିଦିନ ରାତିରେ ଆପଣଙ୍କର ଉପଭୋକ୍ତା ତଥ୍ୟ ରପ୍ତାନି କରିଥାଏ। ମସ୍କ କହିଛନ୍ତି ଯେ, ଚୋରି ହେଉଥିବା ଡାଟାକୁ ନିର୍ଦ୍ଦିଷ୍ଟ ବିଜ୍ଞାପନ ଲାଗି ବ୍ୟବହାର କରାଯାଉଛି। ଏହିଭଳି ଭାବରେ କମ୍ପାନୀ ୟୁଜରଙ୍କୁ ଉତ୍ପାଦ ବୋଲି ଭାବୁଛି।

ଅପରପକ୍ଷେ ମସ୍କଙ୍କ ଏଭଳି ଅଭିଯୋଗ ଉପରେ ମେଟା ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories