ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ଗୁରୁବାର ୩୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୁଇବର୍ଷ ଭିତରେ ଏହା ହେଉଛି ଜିଲ୍ଲାର ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ। ଏହାପୂର୍ବରୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କେବେ ୩୦୦ ଛୁଇଁନଥିଲା। ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୭୧୪୨ରେ ପହଞ୍ଚିଛି। ଆଜି ଏତେ ସଂଖ୍ୟକ ରୋଗୀ ଏକାସଙ୍ଗେ ଚିହ୍ନଟ ହେବା ଜିଲ୍ଲାରେ କୋଭିଡ ପରିଚାଳନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ମୋଟ ଆକ୍ରାନ୍ତ ଭିତରୁ ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତ ଦେବଗଡ ଗାଁରୁ ୧୪୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ କରୋନା ନିୟମ ନମାନିବା ଯୋଗୁଁ ସଂକ୍ରମଣ ବଢିବଢି ଚାଲିଛି। ସେହିପରି ବୌଦ୍ଧ ବ୍ଲକ୍ ବାଉଁଶୁଣୀ ପଞ୍ଚାୟତ ଡିମିରିପାଲି ଗାଁରୁ ୧୭ ଜଣ ଓ କ।ମାଳ ଗ୍ରାମରୁ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ଆଜି ୪୯ ପଞ୍ଚାୟତରୁ ମୋଟ ସଂକ୍ରମଣ ଚିହ୍ନଟ ହୋଇଛି।
ଆକ୍ରାନ୍ତଙ୍କ ଭିତରୁ ବୌଦ୍ଧ ଏନଏସି ଅଞ୍ଚଳର ୧୪ ଜଣ, ବୌଦ୍ଧ ବ୍ଲକ ଅଞ୍ଚଳରୁ ୪୪ ଜଣ, ହରଭଙ୍ଗା ବ୍ଲକ ଅଞ୍ଚଳରୁ ୧୯୯ ଜଣ ଓ କ।ମାଳ ବ୍ଲକ ଅଞ୍ଚଳରୁ ୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ଭିତରୁ ୪୫୬୧ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଆହୁରି ୨୫୫୩ ଜଣ ସକ୍ରିୟ ଅଛନ୍ତି। ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୨୮ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।



