ବଟାନିକାଲ ଗାର୍ଡେନରେ ପିକନିକ ମନା

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନରେ ପିକନିକ ମନା କରାଯାଇଛି। ରାଜ୍ୟ ସରକାରଙ୍କ ଗାଇନଲାଇନ ଅନୁସାରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଟାନିକାଲ ଗାର୍ଡେନରେ ପିକନିକ ମନା ହୋଇଛି। ପିକନିକ ପାଇଁ ବୁକିଂ ହୋଇଥିବା ପିଣ୍ଡି ଓ କଟେଜ ପଇସା ଫେରସ୍ତ ଦିଆଯିବ। ତେବେ ଅନଲାଇନ ଓ ଅଫଲାଇନ ଟିକଟ କରି ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ ବୁଲିପାରିବେ। ପର୍ଯ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।

Comments are closed.