www.samajalive.in
Sunday, December 7, 2025
14.1 C
Bhubaneswar

ମାସାନ୍ତ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ଫୁଲବାଣୀ : ଜିଲା ଲେଖକ ସାମୁଖ୍ୟ ସଭାଗୃହ ପରିସରରେ ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରହିତ୍ୟରେ ମାସାନ୍ତ ରବିବାସରୀୟ ସୃଜନ ସାହିତ୍ୟ ସନ୍ଧ୍ୟା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ମାସର ଶେଷ ରବିବାର ଏହା ଆୟୋଜିତ ହୋଇଥାଏ। ଏହା ଦ୍ବାରା ନୂତନ କବି ଓ କବୟିତ୍ରୀ ସ୍ୱଲିଖିତ କବିତା ପାଠ କରିବା ସୁଯୋଗ ପାଇବା ସହ ସେମାନଙ୍କ ସୃଜନ ଶକ୍ତିର ବିକାଶ ହୋଇ ପାରୁଛି । ସାଧାରଣ ସମ୍ପାଦକ ବନ ବିହାରୀ ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଯୁବ କବି ଅନୀଲ କୁମାର ପ୍ରଧାନଙ୍କ ରଚିତ ପୁସ୍ତକ ବଜ୍ରଆଶା ଉନ୍ମୋଚିତ ହେବା ସହ ଲୋକାର୍ପିତ ହୋଇଥିଲା । ବର୍ଷିୟାନ କବି ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରସନ୍ନ ପଣ୍ଡା ପୁସ୍ତକଟିର ସମୀକ୍ଷା କରିଥିଲେ । ପ୍ରସନ୍ନ ପଣ୍ଡାଙ୍କ ସଂଯୋଜନାରେ ଲେଖକ ସାମୁଖ୍ୟର କବି ଓ କବୟିତ୍ରୀ ସ୍ୱଲିଖିତ କବିତା ପାଠ କରିଥିଲେ । ସଙ୍ଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories