BJD Bijuli 480×75 Mob

ବୋଲଭିୟାରେ ଶକ୍ତିଶାଳୀ ଭୂମିକମ୍ପ

BJD Bijuli 480×75 Mob
0

ୱାଶିଂଟନ : ଦକ୍ଷିଣ ଆମେରିକାର ବୋଲଭିୟାରେ ମଙ୍ଗଳବାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁସାରେ ଏହି ଭୂମିକମ୍ପରେ କାହାର ମୃତାହତ ହେବାର କିମ୍ବା କୌଣସି କ୍ଷତି ଘଟିବାର ସୂଚନା ମିଳିନାହିଁ । ଟାରିଜାଠାରୁ ୨୦୦ କିଲୋମିଟର ଦୂର ପାରାଗୁଏ-ବୋଲଭିଆ ସୀମାରେ ୫୬୨ କିଲୋମିଟର ଗଭୀରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ଚିହ୍ନଟ କରାଯାଇଛି । ବୋଲଭିୟାର ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ଭୂକମ୍ପର ତୀବ୍ରତା ୬.୬ ଥିଲା ବୋଲି ପ୍ରକାଶ କରିଛି । ବୋଲଭିୟାର ଲା ପାଜ, କୋଚାବାମ୍ବା ଏବଂ ଚିକ୍ୟୁସାକା ଏବଂ ଟାରିଜାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ପୂର୍ବରୁ ସୋମବାର କେନ୍ଦ୍ର ଆମେରିକାର ଆଲାଭାଡୋରରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply