www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟର ପ୍ରଥମ ଓମିକ୍ରନ ମୃତ୍ୟୁ, କରୋନା ସଂକ୍ରମଣର ୧୪ ଦିନ ପରେ ଆସିଲା ରିପୋର୍ଟ

ନିୟମ ନମାନି ଶବ ଛାଡିଦେଲେ
ଡୁଙ୍ଗୁରିପାଲି ଗାଁରେ ଆତଙ୍କର ମାହୋଲ
ସ୍ୱାସ୍ଥ୍ୟ ବିଭାଗର ନମୂନା ସଂଗ୍ରହ

ବଲାଙ୍ଗିର; କରୋନାର ନୂତନ ରୂପ ଓମିକ୍ରନରେ ପୀଡ଼ିତ ହୋଇ ବୁର୍ଲା ସ୍ଥିତ ଭିମସାର୍‍ରେ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଡୁଙ୍ଗରିପାଲି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ୨୨ ତାରିଖରେ ଆର୍‍ଟିପିସିଆର୍‍ ପାଇଁ ନମୂନା ସଂଗ୍ରହ କରାଯାଇଥିଲା। ଆଉ ଗତ ୨୭ ତାରିଖରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ନିୟମକୁ ପାଳନ ନକରି ବୁର୍ଲାରୁ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ ଶବ ହସ୍ତାନ୍ତର କରାଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁରେ ବହୁ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କ ଶେଷକୃତ୍ୟ କରାଯିବା ଓ ତାଙ୍କର ଓମିକ୍ରନରେ ମୃତ୍ୟୁ ହୋଇଥିବା ଜଣାପଡିବାରୁ ଡୁଙ୍ଗୁରିପାଲି ଗାଁରେ ଆତଙ୍କର ମାହୋଲ ଦେଖିବାକୁ ମିଳିଛି।

ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁର ୪୫ ବର୍ଷୀୟ ମହିଳା ଇନ୍ଦିରା ନାଏକ। ସେ ଘରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ବୁର୍ଲା ଭିମସାରକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ। ଗତ ଡିସେମ୍ବର ୨୨ ତାରିଖ ଦିନ ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା। ଆଉ ୨୩ ତାରିଖ ଦିନ ସେ କରୋନା ସଂକ୍ରମିତ ଥିବା ରିପୋର୍ଟ ଆସିଥିଲା। ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ସଂକ୍ରମିତଙ୍କ ଶବକୁ ସ୍ୱତନ୍ତ୍ର ଭାବେ ଶେଷକୃତ୍ୟ କରାଯିବାର ନିୟମ ରହିଛି। ଏହି ନିୟମକୁ ଉପେକ୍ଷା କରି ପରିବାର ଲୋକଙ୍କ ହାତରେ ସ୍ୱର୍ଗତା ନାୟକଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା। ଆଉ ଗାଁରେ ଶବ ପହଞ୍ଚିବା ପରେ ତାଙ୍କ ଶବ ସତ୍କାର କରାଯାଇଥିଲା। ଏହି ଅନ୍ତେଷ୍ଟିକ୍ରିୟା କାର୍ଯ୍ୟକ୍ରମରେ ଗାଁର ବହୁ ଲୋକ ସାମିଲ ହୋଇଥିଲେ। ତେବେ ଜାନୁଆରି ୫ ତାରିଖ ଦିନ ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‍ଓ) ଡା.ସସ୍ମିତା ସାହୁଙ୍କୁ ଆଭାସି ମାଧ୍ୟମରେ ମୃତ ଶ୍ରୀମତୀ ନାଏକ ଓମିକ୍ରନରେ ପୀଡ଼ିତ ଥିବା ରିପୋର୍ଟ ମିଳିଥିଲା। ଗୁରୁବାର, ୬ ତାରିଖ ସକାଳେ ବଲାଙ୍ଗିର ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ଗାଁକୁ ଯାଇ ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକ ଓ ଅନ୍ୟମାନଙ୍କ ଆର୍‍ଟିପିସିଆର୍‍ ପାଇଁ ସ୍ୱାବ ନମୂନା ସଂଗ୍ରହ କରିଛନ୍ତି। ଶୁକ୍ରୁବାର ସେମାନଙ୍କ ନମୂନା ରିପୋର୍ଟ ଆସିଯିବ ବୋଲି ସିଡିଏମ୍‍ଓ ଡା.ସାହୁ କହିଛନ୍ତି।

- Advertisement -

କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲେ ସେମାନଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରା ନଯାଇ ସ୍ୱତନ୍ତ୍ର ଭାବେ ସତ୍କାର କରାଯିବାର ନିୟମ ରହିଛି। କିନ୍ତୁ କେମିତି ସ୍ୱର୍ଗତା ନାୟକଙ୍କ ଶବକୁ ବୁର୍ଲା ଭିମସାର୍‍ କର୍ତୃପକ୍ଷ ପରିବାର ଲୋକଙ୍କ ହାତକୁ ସତ୍କାର କରିବା ପାଇଁ ଟେକିଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମର୍ମରେ ସିଡିଏମ୍‍ଓ ଡା.ସାହୁ କହିଛନ୍ତି ଯେ, ବୁର୍ଲାରେ ହେଇଛି। ଆମେ ପରେ ଜାଣିଲୁ। ଆମେ କ’ଣ କରିପାରିବୁ। ମୃତ ମହିଳାଜଣଙ୍କ ଓମିକ୍ରନରେ ପୀଡ଼ିତା ଥିବା ବୁଧୁବାର ସନ୍ଧ୍ୟାରେ ଆମେ ଜାଣୁଛୁ। ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନେଉଛୁ। ତେବେ ମୃତ୍ୟୁ ଓମିକ୍ରନ ପାଇଁ ହୋଇଛି ନା ଅନ୍ୟ କିଛି କାରଣ ପାଇଁ ତାହା ତଦନ୍ତ ଚାଲିଛି। ତଦନ୍ତ ପରେ ସ୍ପଷ୍ଟ ହେବ କହିଛନ୍ତି ସିଡିଏମ୍‍ଓ ଡା.ସାହୁ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories