www.samajalive.in
Monday, December 15, 2025
27.1 C
Bhubaneswar

ପଣ୍ଡରାପିଟା ଗାଁରେ କୁକୁର ବଳି, ରକ୍ତ ପିଇ ଡାକ୍ତରଖାନାରେ ୫ ଶିଶୁ

ବଲାଙ୍ଗିର: ଆଦିବାସୀ ପରମ୍ପରା ତଥା ଦେବାଦେବୀ ପୂଜାର୍ଚ୍ଚାନରେ ବଳି ପ୍ରଥା କାହିଁ କେତେ କାଳରୁ ରହି ଆସିଛି।ମାନସିକଧାରୀମାନେ ନିଜ ମାନସିକ ପୂରଣ ପାଇଁ ବୋଦା, ଛେଲି, ମେଣ୍ଢା,ପୋଢ,କୁକୁଡା ଆଦି ଶହ ଶହ ସଂଖ୍ୟାରେ ପଶୁପକ୍ଷୀ ବଳି ଦେଇଥାନ୍ତି। କିନ୍ତୁ ଜିଲାର ବଲାଙ୍ଗିର ସଦର ବ୍ଲକ ବରକାନୀ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପିଟା ଗାଁରେ ଗୋଟିଏ କୁକୁରକୁ ବଳି ଦିଆଯାଇଥିବା ଓ ବଳି ପରେ ଉକ୍ତ କୁକୁରର ରକ୍ତକୁ ୫ ଜଣ ଶିଶୁ ପିଇ ଦେଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ,ପଣ୍ଡରାପିଟା ଗାଁରେ ଗଲା ୧୯ ତାରିଖ ଦିନ ଗାଁର ଶୋଭନ୍ତ ସାଗରଙ୍କ ଦୁଇ ପୁଅ ଗଣେଶ ସାଗର (୫), ପ୍ରଭାସ ସାଗର (୭), ଏସ. ନାଗଙ୍କ ଦୁଇ ପୁଅ କ୍ରୀଷ୍ଣା ନାଗ (୮), ଆରନ୍ୟ ନାଗ(୬) ଓ କ୍ଷୀରୋଧର ସୁନାଙ୍କ ପୁଅ ଚିକୁ ସୁନା ଓରଫ ବଳରାମ (୫) ଗାଁ ମୁଣ୍ଡରେ ଖେଳିବାକୁ ଯାଇଥିଲେ। ସେଠାରେ ୫ ଜଣ ଶିଶୁ ଖେଳୁଥିବା ସମୟରେ ଦେବୀ ପୂଜା ଖେଳ କରିବାକୁ ଏକ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ, ପାଖରେ ବୁଲୁଥିବା ଏକ କୁନି କୁକୁରକୁ ଧରି ନେଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ସଂଗ୍ରହ କରିଥିବା ଧୂପ କାଠି ଜଳେଇବା ସହ ସିନ୍ଦୁର କୁକୁର ମୁଣ୍ଡରେ ବୋଳିଥିଲେ। ପ୍ଲାଷ୍ଟିକ ଡବାକୁ ବାଜା ଭାବରେ ବ୍ୟବହାର କରିଥିବା ବେଳେ ସେଥି ମଧ୍ୟରୁ ଜଣେ ବାଜା ବଜେଇଥିଲେ।

- Advertisement -

କୁନି ଶିଶୁ ଜଣକ ପୂଜକ ସାଜିଥିବା ବେଳେ ଏଥିରେ ବରୁଆ ଭୂମିକା ନିର୍ବାହ କରିଥିଲେ ଆଉ ଜଣେ ଶିଶୁ। ବେଶ କିଛି ସମୟ ଧରି ଚାଲିଥିଲା ଶିଶୁଙ୍କ ଦ୍ୱାରା ଆୟୋଜିତ ବଳିଯାତ୍ରା। ଏହା ପରେ ଏକ ଧାରୁଆ ଅସ୍ତ୍ରରେ ଜୀବନ୍ତ କୁକୁରକୁ ବଳି ଦେଇଥିଲେ। ଆଉ ପିଇ ଯାଇଥିଲେ କୁକୁର ରକ୍ତ। ଖେଳି ସାରି ଆସିବା ପରେ ଅସୁସ୍ଥ ହୋଇଥିଲେ ୫ ଶିଶୁ। ଏହା ପରେ ଶିଶୁଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିବାର ଲୋକ ଓ ଶିଶୁଙ୍କ ଠାରୁ ଡାକ୍ତର କୁକୁର ରକ୍ତ ପିଇ ଦେଇଥିବା କଥା ଶୁଣିବା ପରେ ହୋସ୍ ଉଡି ଯାଇଥିଲା।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସା ଆରମ୍ଭ କରିଦେଇଥିଲେ। ସପ୍ତାହବ୍ୟାପୀ ଚିକିତ୍ସା କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିବା ବେଳେ ଏବେ ପିଲାଙ୍କୁ ନେଇ ଚିନ୍ତାରେ ପରିବାର। ଏହି ଘଟଣା ଗାଁରେ ବିଜୁଳି ବେଗରେ ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଆଲୋଚନାର ବିଷୟ ହୋଇଛି। ଶିଶୁମାନଙ୍କ ଅଭିଭାବକଙ୍କ କହିବା ଅନୁସାରେ, ଗଲା ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ପାଠ ପଢିବା ବଦଳରେ ଦିନସାରା ବାହାରେ ବୁଲୁଛନ୍ତି। ଆମେ ଗରିବ ଲୋକ ହୋଇଥିବା ବେଳେ ଦିନ ମଜୁରିଆ। କାମ ନକଲେ ପରିବାରରେ ଚୁଳି ଜଳେନି। କାମ କରିବାକୁ ଯାଉଥିବାରୁ ପିଲାଙ୍କୁ ଦେଖିବା ପାଇଁ ଘରେ ଲୋକ ନାହିଁ। ଆମେ କରିବୁ କଣ? ବାଧ୍ୟ ହୋଇ ପଡୋଶୀ କିମ୍ବା ପଡା ଲୋକଙ୍କ ଭରଷାରେ ଛାଡି ଯାଉଛୁ। ଘରେ ଦୀର୍ଘ ସମୟ ଧରି ପିଲାଙ୍କୁ ରଖି ହେଉ ନାହିଁ। ପିଲାଙ୍କ ଏଭଳି କାରନାମା ଦେଖିଲା ପରେ ଚିନ୍ତାର ବିଷୟ ହୋଇଛି ବୋଲି ଅଭିଭାବକ/ଅଭିଭାବିକାମାନେ କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ପଡାର ଲୋକଙ୍କ କହିବା ଅନୁସାରେ, ପ୍ରତ୍ୟେକ ବର୍ଷ ଦଶହରାରେ ଗାଁରେ ପାଟଖଣ୍ଡା ଯାତ୍ରା ଆୟୋଜନ କରାଯାଇଥାଏ। ଆବାଳ ବୁଦ୍ଧ ବନିତା ସମସ୍ତେ ଯାତ୍ରା ଦେଖିବାକୁ ଯାଇଥାନ୍ତି। ସେଠାରେ ପଡୁଥିବା ବଳିକୁ ଉକ୍ତ ଶିଶୁମାନେ ମଧ୍ୟ ଦେଖି ଆସୁଛନ୍ତି। ତେଣୁ ସେହି ପ୍ରଭାବ କୁନି ଶିଶୁମାନଙ୍କ ଉପରେ ପଡିଛି। ଯେଉଁଥି ପାଇଁ ଏତେ କମ ବୟସରେ ଏଭଳି ଏକ ସାଂଘାତିକ କାର୍ଯ୍ୟ କରିବାକୁ ୫ ଜଣ ଶିଶୁ ସାହାସ ଜୁଟାଇଲେ ବୋଲି ମତପ୍ରକାଶ ପାଇଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories