ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ସମୁଦାୟ ୨୬୬ ମତଦାନ କେନ୍ଦ୍ର। ୧୮ ନଂ ଜୋନ୍ ରେ ୨୭୮୦୫ ଭୋଟର ଭୋଟ ଦେଇଥିଲା ବେଳେ ୧୯ ନଂ ଜୋନରେ ୨୯୯୫୩ ଜଣ ଭୋଟର ମତଦାନ କରିଥିଲେ। ସମୁଦାୟ ୭୦୭୯୨ ଭୋଟରଙ୍କ ମଧ୍ୟରୁ ୫୭୭୫୮ ଜଣ ଭୋଟର ମତଦାନ କରିଛନ୍ତି। ଚମ୍ପାଝର ପଞ୍ଚାୟତରେ ସର୍ବାଧିକ ୮୫.୮୯% ଓ ସାତକୋଶିଆ ପଞ୍ଚାୟତରେ ସର୍ବନିମ୍ନ ୭୧.୬୬% ମତଦାନ ରେକର୍ଡ କରାଯାଇଛି। ତେବେ ହାରାହାରି ଶତକଡା ୮୨ % ଭୋଟର ମତଦାନ କରିଛନ୍ତିl ଦୁଇଟି ଜିଲ୍ଲା ପରିଷଦ ଜୋନରେ ୩ଟି ଦଳରୁ ୬ ଜଣ, ସରପଞ୍ଚ ପଦବୀ ପାଇଁ ୧୧୭, ସମିତି ସଭ୍ୟ ପାଇଁ ୭୭ ମଧ୍ୟରୁ କେଶଡିହା ପଞ୍ଚାୟତ ପାଇଁ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଥିଲେ ଏବଂ ୱାର୍ଡ ସଭ୍ୟ ପଦବୀ ପାଇଁ ୪୦୫ ପ୍ରାର୍ଥୀଙ୍କ ମଧ୍ୟ ରୁ ୧୫୦ ଓ୍ବାଡରେ ଜଣେ ଲେଖାଏଁ ପ୍ରାର୍ଥୀ ଥିଲେ। ତେବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦି ହୋଇଛି। ଆଗାମୀ ୨୬ ଓ ୨୭ ଦୁଇ ଦିନ ଧରି ଗଣତି କରାଯିବ ବୋଲି ଜଣାପଡିଛିl
Popular Categories



