www.samajalive.in
Sunday, December 14, 2025
17.1 C
Bhubaneswar

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆସନ୍ତା ୨୬ ତାରିଖରେ ହେବାକୁ ଥିବା ବେଳେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଗୁରୁବାର ନିର୍ବାଚନ ପର୍ଯ୍ୟବେକ୍ଷକ ମଧୁସୂଦନ ମିଶ୍ର ଖପ୍ରାଖୋଲ ଗସ୍ତରେ ଆସି ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମକୁ ଦେଖିବା ସହିତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ଗଣତି କାର୍ଯ୍ୟ ନିରପେକ୍ଷ ଓ ସୁରକ୍ଷିତ କିପରି ହେବ ସେନେଇ ଗୁରୁତ୍ୱାରୋପ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ପାଇଁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ପର୍ଯ୍ୟବେକ୍ଷକଙ୍କ ଜନ ସଂପର୍କ ଅଧିକାରୀ କମଳେନ୍ଦୁ ପାଲ, ପାଟଣାଗଡ଼ ଉପଜିଲାପାଳ ଡ.ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିରଞ୍ଜନ ରାଉତ, ଜିପିଇଓ ସୁଶାନ୍ତ କୁମାର ପାଣି, ପିଏ ଅଶୋକ ପାଣିଗ୍ରାହୀ, ରାମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୨୬ ତାରିଖରେ ଜୋନ ୩ ଜିଲା ପରିଷଦ, ୨୭ ତାରିଖ ଜୋନ ୪ ଭୋଟ ଗଣତି କରାଯିବ। ୭୬ ଜଣ ଅଧିକାରୀଙ୍କୁ ଭୋଟ୍‍ ଗଣତିରେ ନିୟୋଜିତ କରାଯାଇଛି।

ଏହି ଅଧିକାରୀମାନଙ୍କୁ ଶୁକ୍ରବାର ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି। ସକାଳ ୮ ଟାରୁ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଗୋଟିଏ ଜୋନର ଶେଷ ହେବା ପର୍ଯ୍ୟନ୍ତ ଭୋଟ ଗଣତି ଚାଲୁ ରହିବ। ପ୍ରଥମ ଦିନରେ ୧୩ ରାଉଣ୍ଡରେ ୧୩୯ଟି ବୁଥର ଭୋଟ ଗଣନା କରାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ୧୫ ରାଉଣ୍ଡରେ ୧୧୨ଟି ବୁଥର ଭୋଟ ଗଣନା କରାଯିବ। ଭୋଟ ଗଣତି ସମୟରେ ଗୋଟିଏ ବୁଥ ପାଇଁ ୪ ଜଣ କର୍ମଚାରୀ ନିଯୁକ୍ତି ହେବେ। ଏମାନଙ୍କ ମଧ୍ୟରେ ଜଣେ ପର୍ଯ୍ୟବେକ୍ଷକ, ଦୁଇ ଜଣ ସହକାରୀ ଗଣନାକାରୀ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭୋଟ ଗଣତି କରିବେ। ଭୋଟ ଗଣତି ପ୍ରକ୍ରିୟାକୁ ଭିଡିଓ ମାଧ୍ୟମରେ ଉପସ୍ଥିତ ଲୋକେ ଦେଖି ପାରିବେ। ୱାର୍ଡ ମେମ୍ବର ପାଇଁ ଫଳାଫଳ ସଙ୍ଗେ ସଙ୍ଗେ ଘୋଷଣା ହେବାକୁ ଥିବା ବେଳେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦ ଫଳାଫଳ ପ୍ରତ୍ୟେକ ରାଉଣ୍ଡର ଶେଷରେ ଘୋଷଣା କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜାଣିବାକୁ ମିଳିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories