www.samajalive.in
Monday, December 8, 2025
14.1 C
Bhubaneswar

ବନ ବିଭାଗର ଚଢଉ; ବିପୁଳ ପରିମାଣର କାଠ ସହ ପିକଅପ୍‌ ଜବତ, ଜଣେ ଅଟକ

ବଲାଙ୍ଗିର: ବଲାଙ୍ଗିର ବନାଞ୍ଚଳ ପକ୍ଷରୁ ୨ଟି ସ୍ଥାନରେ ଚଢଉ କରାଯାଇଛି । ବିପୁଳ ପରିମାଣର ଶାଳ, ଶାଗୁଆନ କାଠ ସହ ପିକଅପ୍‌ ଜବତ ହୋଇଛି । ଜଣଙ୍କୁ ଅଟକ ରଖି ବନ ଅଧିକାରୀ ପଚରାଉଚରା ଚଳାଇଛନ୍ତି ।  ବଲାଙ୍ଗିର ବନାଞ୍ଚଳ କର୍ମଚାରୀମାନେ ମଙ୍ଗଳବାର ରାତିରେ ମହିମୁଣ୍ଡା ନିକଟରେ ପାଟ୍ରୋଲିଂ କରୁଥିଲେ । ବୁଧୁବାର ଭୋର ୫ଟାରେ ବଲାଙ୍ଗିର ଅଭିମୁଖେ ଓଆର୍‌ ୧୫ଆର୍‌‌ ୭୭୦୮ ନମ୍ବର ବିଶିଷ୍ଟ ଏକ ପିକଅପ୍‌ ଭ୍ୟାନ୍‌ ଆସୁଥିଲା । ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର୍‌ ହୋଇ ଯାଇଥିଲେ । ବନ କର୍ମଚାରୀମାନେ ପିକଅପ୍‌ ଭ୍ୟାନରେ ବିପୁଳ ପରିମାଣର ଶାଳ କାଠ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ ।

ଉକ୍ତ ଗାଡ଼ିକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ୯୧ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରାଯାଇଥିଲା । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବଲାଙ୍ଗିର ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକ କହିଛନ୍ତି । କାଠ ବଲାଙ୍ଗିର ସହର ଅଭିମୁଖେ ଅଣାଯାଉଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଜବତ ଗାଡ଼ିର ମାଲିକ ସମ୍ପର୍କରେ ଛାନଭିନ୍‌ ଆରମ୍ଭ ହୋଇଛି । ସେହିପରି ବୁଧୁବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁର ଲମ୍ବୋଦର ପଧାନଙ୍କ ଘରେ ବନ ବିଭାଗ ଚଢଉ କରିଥିଲା । ଚଢଉରେ ପ୍ରାୟ ୫୦ ସେପ୍ଟି ଶାଗୁଆନ ପଟା ଓ ସାଇଜ୍‌ ଶାଳ କାଠ ଜବତ ହୋଇଛି ।

- Advertisement -

ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହେବ । କିଛି ଶାଗୁଆ କାଠ ଗଣ୍ଡି ମଧ୍ୟ ଲମ୍ବୋଦରଙ୍କ ଘର ନିକଟରେ ପଡିଛି । ତାହାକୁ ଗୁରୁବାର ଜବତ କରାଯିବ ବୋଲି ସୂଚନା ମିଳିଛି । ଲମ୍ବୋଦରଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ଓ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨ ଚଢଉରେ ଫରେଷ୍ଟର ବ୍ୟାସଦେବ ସାହୁ, ଭବାନୀ ସ୍ୱାଇଁ, ଜେନା ରାଉତ, ରାଜେଶ୍ୱରୀ ମହାକୁଡ, ଫରେଷ୍ଟ ଗାର୍ଡ ଅଶୋକ ସେଠ୍‌, ରଞ୍ଜିତ କୁମ୍ଭାର, ଆଦିତ୍ୟ ମାଝି ଓ ପାରା ସ୍କ୍ୱାର୍ଡ୍‌ କର୍ମଚାରୀମାନେ ସାମିଲ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories