www.samajalive.in
Sunday, December 7, 2025
26.1 C
Bhubaneswar

ସରକାରୀ କଟକଣାକୁ ବେଖାତିର କରି ଘରୋଇ ସ୍କୁଲ ଆଦାୟ କରୁଛି ବସଭଡା ଓ ଟିୟୁସନ ଫି

ବୋଲଗଡ : ମହମାରୀ କରୋନା ବିଶ୍ୱରେ ଆତଙ୍କରାଜ ଚଳାଇଥିବାବେଳେ ସାରା ବିଶ୍ୱ ସହିତ ଭାରତବର୍ଷ ମଧ୍ୟ ଏଥିରୁ ବାଦ ପଡିନାହିଁ। ସରକାର ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଲକଡାଉନ ଓ ସଟଡାଉନ ସହିତ ବହୁବିଧ ପଦକ୍ଷେପ ନେଇ ଜନସମାଜକୁ ବଞ୍ଚାଇବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ସବୁକୁ ବନ୍ଦ କରିଥିବା ବେଳେ କୌଣସି ସ୍ଥାନରେ ଏକତ୍ରୀକରଣ ହେବାକୁ ବିଶେଷଭାବେ ସରକାରୀ କଟକଣା ଜାରି ହୋଇଛି। ଏସବୁ ଭିତରେ କିନ୍ତୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ନିଜକୁ ସରକାରଙ୍କ ଠାରୁ ଉର୍ଦ୍ଧ୍ବରେ ଭାବି ନେଇ ତାର କଳାକାରନାମା ଜାରି ରଖିଛି। ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ରଖିଥିବାବେଳେ ଏହି ଅନୁଷ୍ଠାନଟି ସବୁ ପ୍ରକାରର ଫିସ ଆଦାୟ ସହିତ ସ୍କୁଲ ବନ୍ଧ ଥିବା ସତ୍ତେ୍ୱ ବସ ଭଡା ମଧ୍ୟ ନେବାକୁ ପଛାଉ ନାହାଁନ୍ତି।

ଘଟଣାରୁ ପ୍ରକାଶ ଯେ, ବୋଲଗଡ ବ୍ଲକ କନ୍ତାଇଲୋ ଗ୍ରାମର ରମେଶ ଚନ୍ଦ୍ର ମଙ୍ଗରାଜଙ୍କ ପୁଅ ନୃସିଂହ ପ୍ରକାଶ ମଙ୍ଗରାଜ ଖୋର୍ଦ୍ଧା ଅର୍ଜୁନପୁରସ୍ଥିତ ୱନନେସ୍ ଘରୋଇ ଶିକ୍ଷାନୁଷ୍ଠାନରେ ନାମଲେଖାଇ ୭ମଶ୍ରେଣୀରେ ଅଧ୍ୟୟନ କରୁଥିଲେ। ତାଙ୍କର ପିତା ନୃସିଂହଙ୍କ ୭ମ ଶ୍ରେଣୀ ପାସ ସାଟିଫିକେଟ ନେଇ ଅନ୍ୟତ୍ର ପାଠ ପଢାଇବାକୁ ଚାହୁଥିଲେ। କିନ୍ତୁ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ ବାଧ୍ୟତାମୂଳକ ଭାବେ ତାଙ୍କର ୮ମ ଶ୍ରେଣୀରେ ନାମଲେଖା ଫିସ୍ ବାବଦକୁ ୯ହଜାର ଟଙ୍କା, ପରିବହନ ଶୁଳ୍କ ବାବଦକୁ ୩ହଜାର ୪ଶହଟଙ୍କା, ମାସିକ ଟିୟୁସନ ଫିସ୍ ବାବଦକୁ  ୮ହଜାର ଟଙ୍କା ଏବଂ ସାଟିଫିକେଟ ବାବଦକୁ ୨ଶହ ଟଙ୍କା ନେଇଥିଲେ। ସରକାରୀ ନିୟମ ଥିବାରୁ ଆଜି ପର୍ଯ୍ୟନ୍ତ ପାଠପଢା ବନ୍ଦ ଥିବାରୁ ବିଦ୍ୟାଳୟରେ କୌଣସି କ୍ଲାସ ହୋଇନାହିଁ, କ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିନାହାଁନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହିତ ଗମନା ଗମନ ବନ୍ଦ ଥିବାବେଳେ ଏହିଭଳି ଫିସ ଆଦାୟ ସରକାର କିପରି ଜାଣିପାରୁନାହାଁନ୍ତି? ବା କୌଣସି ପ୍ରଛନ୍ନ ଶକ୍ତି ଏହିଭଳି ଶିକ୍ଷାନୁଷ୍ଠାନମାନଙ୍କ ପଛରେ ରହି ଏଭଳି କୁକର୍ମକୁ ପ୍ରସୟ ଦେଉଛନ୍ତି, ତାହା ସମୟ ହିଁ କହିବ ବୋଲି କ୍ଷୋଭର ସହିତ ଅଭିଭାବକ ଶ୍ରୀ ମଙ୍ଗରାଜ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ସରକାର ଏଭଳି ଶିକ୍ଷାନୁଷ୍ଠାନମାନଙ୍କ ଉପରେ ନଜର ପକାଇ ଏଭଳି ଜୁଲମରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିସ୍ତାର ଦେବାକୁ ସାଧାରଣରେ ଦୃଢଦାବି ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories