www.samajalive.in
Monday, December 8, 2025
20.1 C
Bhubaneswar

ଦେଉଳି ଗ୍ରାମରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବୀ

ବୋଲଗଡ଼ : ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ଏକ ପୁଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଗୋପାଳପୁର ଗ୍ରାମପଞ୍ଚାୟତ ଅଞ୍ଚଳବାସୀମାନଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ଗୃହ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଆବେଦନ ପତ୍ର ଦିଆଯାଇଛି। ଦେଉଳି ଗ୍ରାମଟି ପିଚୁକୁଳି ଗ୍ରାମପଞ୍ଚାୟତ, କଡ଼ବ ଗ୍ରାମପଞ୍ଚାୟତ, ସାନପଦର ଗ୍ରାମପଞ୍ଚାୟତ ଓ ଗୋପାଳପୁର ଗ୍ରାମପଞ୍ଚାୟତର ମଧ୍ୟଭାଗରେ ଅବସ୍ଥିତ। ଏଠାରେ ସରକାରୀ ହାଇସ୍କୁଲ, ଡ଼ାକ୍ତରଖାନା, ପଶୁଚିକିତ୍ସାଳୟ, ସରକାରୀ ଅନୁଦାନ ପ୍ରାପ୍ତ +୨ ଓ +୩ ଡ଼ିଗ୍ରୀ କଲେଜ, +୨ ଓ +୩ ସଂସ୍କୃତ ମହାବିଦ୍ୟାଳୟ, ସାପ୍ତାହିକ ହାଟ, ବଜାର ଏବଂ ବେସରକାରୀ ଶିକ୍ଷାନୁଷ୍ଠାନମାନ ରହିଛି। ବିଭିନ୍ନ ସମୟରେ ଚୋରୀ, ଡ଼କାୟତି, ହତ୍ୟା, ରାହାଯାନି, ସାମ୍ପ୍ରଦାୟୀକ ଗଣ୍ଡଗୋଳ, ଧର୍ଷଣ ଇତ୍ୟାଦିମାନ ଦେଉଳି ଅଞ୍ଚଳରେ ଘଟୁଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାନଯାଇ ପାରି ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡ଼ୁଛି। ବହୁ ଆସାମୀ ଓ ଅପରାଧିମାନେ ସହଜରେ ପିଚୁକୁଳିଠାରୁ ଖଶିଆସି ସାନପଦର ବିନ୍ଧ୍ୟଗିରି ପର୍ବତ ଓ କୋଟଗଡ଼ ଜଙ୍ଗଲରେ ଲୁଚିଛପି ଆଶ୍ରୟ ନେଉଛନ୍ତି। ବେଗୁନିଆ ଥାନା ଦେଉଳି ଗ୍ରାମଠାରୁ ୧୨କି.ମି ଦୂରତାରେ ରହୁଥିବାରୁ ଜନସାଧାରଣଙ୍କର ଧନ ଜୀବନ ନିରାପତ୍ତା ରହୁନାହିଁ। ତେଣୁ ଦେଉଳି ଗ୍ରାମଠାରେ ଏକ ପୁଲିସ ଫାଣ୍ଡି ସ୍ଥାପନ କରିବାକୁ ସମସ୍ତ ଜନସାଧାରଣ ଦୃଢ଼ ଦାବୀ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories