mission shakti banner

ବିଏମ୍‌ସିର କଡ଼ା ଆଭିମୁଖ୍ୟ, ରାସ୍ତାରେ ନିର୍ମାଣ ସାମଗ୍ରୀ ରଖିଲେ ତଣ୍ଡ ଗଣିବେ

nua o banner

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କଡ଼ା ଆଭିମୁଖ୍ୟ। ଏଣିକି ରାସ୍ତା କଡ଼ରେ ନିର୍ମାଣ ସାମଗ୍ରୀ ରଖିଲେ ତଣ୍ଡ ଗଣିବେ ନହେଲେ ନିର୍ମାଣାଧୀନ ସାମଗ୍ରୀକୁ ବିଏମ୍‌ସି ଉଠାଇନେବ। ରାଜଧାନୀର ରାସ୍ତା ଉପରେ ନିର୍ମାଣାଧୀନ ସାମଗ୍ରୀ ଗଦା ହୋଇ ରହିବା ଦ୍ବାରା ଯାତାୟାତ କରିବାରେ ଅସୁବିଧା ହେଉଛି। ଏହାଛଡ଼ା ଅନେକ ସରକାରୀ କ୍ବାର୍ଟର୍ସ ମରାମତି ଯୋଗୁଁ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ପଡ଼ି ରହୁଛି ।

ପୂର୍ବରୁ ବିଏମ୍‌ସି ହଟାଇବା ନିମନ୍ତେ ଆର୍‌ ଆଣ୍ଡ ବିକୁ ଚିଠି ଲେଖିଛି। ସେହିପରି ୟୁନିଟ୍‌-୬ ଅଞ୍ଚଳରୁ ବିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌ ଏ ବାବଦରେ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବାବେଳେ ୧୭ଜଣଙ୍କୁ ନୋଟିସ ଜାରି କରିଛି। ଏସବୁ କାର୍ଯ୍ୟ ପାଇଁ ରାଜଧାନୀରେ ଜୋନ୍‌ ଅନୁସାରେ ଟିମ୍‌ କାର୍ଯ୍ୟ କରୁଛି। ପ୍ରାରମ୍ଭରେ ଗଦା ହୋଇ ରହିଥିବା ସାମଗ୍ରୀକୁ ହଟାଇବା ନିମନ୍ତେ ୨୪ ଘଣ୍ଟା ସମୟ ଦିଆଯାଉଛି। ଯଦି ସମ୍ପୃକ୍ତ ଲୋକ ରାସ୍ତା ଉପରେ ସାମଗ୍ରୀ ହଟାଉନାହାନ୍ତି ଏହାକୁ ଜବତ କରାଯିବା ସହିତ ପଟିଆ ଓ ‌େ‌ପାଖରିପୁଟ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଉଛି। ଜାନୁଆରୀରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ୬,୧୯,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ ୧୨୨ ଜଣଙ୍କୁ ନୋଟିସ ଦିଆଯାଇଛି।

Comments are closed.