www.samajalive.in
Monday, December 15, 2025
24.1 C
Bhubaneswar

ବିଏମ୍‍ସିର ବ୍ୟାପକ ପ୍ରସ୍ତୁତି : ବିମାନ ବନ୍ଦର, ରେଳ ଷ୍ଟେସନରେ ସ୍ୱତନ୍ତ୍ର କାଉଣ୍ଟର

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଫେରନ୍ତାଙ୍କ ଯାଞ୍ଚ ନିମନ୍ତେ ବିଏମ୍‍ସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରବିବାର ବିମାନ ବନ୍ଦରରେ ୪ଟି ଏବଂ ରେଳ ଷ୍ଟେସନରେ ୮ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲିଛି। ଯାତ୍ରୀଙ୍କ ପ୍ରସ୍ଥାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯାତ୍ରୀଙ୍କୁ ବିଏମ୍‍ସି ଲୋଗୋ ଥିବା ପ୍ରସ୍ଥାନ ପାସ୍‍ ମିଳିବ। ଏହାକୁ ଦେଖାଇ ସେମାନେ ଅଲଗା ଅଲଗା କାଉଣ୍ଟରକୁ ଯିବେ। ରେଳ ଷ୍ଟେସନରେ କାଉଣ୍ଟର ନଂ ୧ରୁ ୩ ଆର୍‍ଟିପିସିଆର ରିପୋର୍ଟ ନେଗେଟିଭ, ଦୁଇ ଡୋଜ୍‍ କୋଭିଡ ଟିକା ଏବଂ ଓଡ଼ିଶା ଭିତର ଯାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥିତ ହୋଇଥିବାବେଳେ ୪ରୁ ୮ ନମ୍ବର କାଉଣ୍ଟରରେ ଆର୍‍ଟିପିସିଆର ରିପୋର୍ଟ ନ ଥିବା ରାଜ୍ୟ ବାହାର ଯାତ୍ରୀଙ୍କ ନାମ ପଞ୍ଜୀକରଣ ହେବ। ଏଥିରେ ଯାତ୍ରୀଙ୍କ ଠିକଣା, ଯାତ୍ରା ଓ ରେଳଗାଡ଼ିର ବିବରଣୀ, ମୋବାଇଲ ନମ୍ବର ରହିବ। ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲିଛି। କାଉଣ୍ଟର ନଂ ୧ରୁ ୩ରେ ଆରଟିପିସିଆର ନେଗେଟିଭ ରିପୋର୍ଟ ନ ଥିବା ଏବଂ ଦୁଇ ଡୋଜ୍‍ କୋଭିଡ ଟିକା ନେଇ ନ ଥିବା ଯାତ୍ରୀଙ୍କ ପାଇଁ ଖୋଲିଥିବାବେଳେ କାଉଣ୍ଟର ନଂ ୪ରେ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଏବଂ ଦୁଇଡୋଜ କୋଭିଡ ଟିକା ନେଇଥିବା ଯାତ୍ରୀଙ୍କ ନିମନ୍ତେ ଖୋଲିଛି। ରେଳ ଷ୍ଟେସନ ପରି ବିମାନ ବନ୍ଦରରେ ପଞ୍ଜୀକରଣ କରାଯିବ। ଯାତ୍ରୀଙ୍କ ସବିଶେଷ ଠିକଣା ସହିତ ବିମାନ ଓ ଯାତ୍ରାର ବିବରଣୀ ଏବଂ ମୋବାଇଲ ନମ୍ବର ରହିବ। ବିଏମ୍‍ସି ଲୋଗୋ ଥିବା ସ୍ୱତନ୍ତ୍ର ପାସ୍‍ ଯାତ୍ରୀଙ୍କୁ ପ୍ରଦାନ କରାଯିବ। ବିମାନ ବନ୍ଦର ଏବଂ ରେଳ ଷ୍ଟେସନରେ ୩ଟି ଲେଖାଏଁ ସିଫ୍ଟରେ ଯାତ୍ରୀଙ୍କ ଯାଞ୍ଚ ହେବ। ସୋମବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଅଲଗା କାଉଣ୍ଟରରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଆର୍‍ଟିପିସିଆର ନେଗେଟିଭ ରିପୋର୍ଟ ନ ଥିବା ଏବଂ ଲକ୍ଷଣ ଥିବା ଯାତ୍ରୀଙ୍କ ଆର୍‍ଟିପିସିଆର ଟେଷ୍ଟିଂ ହେବ। ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ। ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories