www.samajalive.in
Monday, December 15, 2025
24.1 C
Bhubaneswar

ଜିଦ୍‌ରେ ଅଟଳ ଓଏଏସ ସଂଘ: ସରକାର ଖେଳିବେ ପ୍ଲାନ୍ ୧, ୨, ୩

ଭୁବନେଶ୍ଵର: ସମାଧାନ ହେବ କ’ଣ କ୍ରମଶଃ ଘନଉଛି ଓଏଏସ୍ ଆନ୍ଦୋଳନ। ସମାଧାନ ପାଇଁ ସରକାର ଆତୁର ଥିବାବେଳେ ନ୍ୟାୟ ଦାବି କରି ଜିଦ୍‌ରେ ଅଟଳ ରହିଛି ସଂଘ। ସଂଘ ବୈଠକ କରି ରାଜ୍ୟ ସରକାରଙ୍କୁ ଆଜି ୩ ଦିନର ମହଲତ ଦେଇଛି। ଦୁଇଟି ଦାବି ସରକାରଙ୍କ ଆଗରେ ରଖିଛି ସଂଘ। ଗୋଟିଏ ଅଫିସରଙ୍କୁ ସୁରକ୍ଷା ଦିଆଯାଉ, ଆଉ ଗୋଟିଏ ବିଏମସି ଅଫିସ ଅଘଟଣ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତାଙ୍କୁ ଗିରଫ କରାଯାଉ। ଯେ ପର୍ଯ୍ୟନ୍ତ ଷଡଯନ୍ତ୍ରକାରୀ ଗିରଫ ହୋଇ ନାହାନ୍ତି, ସେ ଯାଏଁ ସାମୂହିକ ଛୁଟିରେ ରହିବେ ବୋଲି ସଫା ସଫା କହି ଦେଇଛି ଓଏଏସ୍ ସଂଘ। ଫଳରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ମୁଖିଆହୀନ। ଅଫିସ୍ ଆସୁ ନାହାନ୍ତି ବାବୁ, ଅଫିସ୍‌ ଏବେ ଖାଁ ଖାଁ। କାମ ପାଇଁ ଲୋକଙ୍କ ଗହଳି ଲାଗୁଛି, କିନ୍ତୁ କାମ ହେଉନି। ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏପରି ଜଟିଳ ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘକୁ ବୁଝାଇବା ସହ ନାଲି ଆଖି ଦେଖାଇଛନ୍ତି। ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧, ୨, ୩ ଥାଏ। ଆମ ପାଖରେ ବି ଅଛି। ଏବେ ବନ୍ୟା ସହ ରଥଯାତ୍ରା ସମୟ। ଦରକାର ବେଳେ ସେବା ଦେବାକୁ ସଂଘ ଆଗେଇ ଆସୁ। ସଂଘର ଉଦବେଗ, କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତି। ଆକ୍ରମଣ ଘଟଣାରେ ୫ ଜଣ ଗିରଫ ହେବା ସହ ଦଳରୁ ନିଲମ୍ବିତ ହୋଇଛନ୍ତି। ବିନା ପ୍ରମାଣରେ ପ୍ରଚ୍ଛଦ ପଟରେ ଯିଏ ତାକୁ ଗିରଫ କରିବା ଠିକ୍ ହେବ ନାହିଁ। ଷଡୟନ୍ତ୍ରକାରୀକୁ ଖୋଜିବାକୁ ସମୟ ଲାଗିବ। ଆଇନ ପାଖରୁ କେହି ବର୍ତ୍ତିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ସେହିପରି ବିଏମସି ଅଘଟଣ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ମତ ରଖି କହିଛନ୍ତି, ଆଇନରୁ ଊର୍ଦ୍ଧ୍ବରେ କେହି ନୁହଁନ୍ତି, ମୋର ପୂର୍ଣ୍ଣ ବିଶ୍ୱାସ ଅଛି ରାଜ୍ୟ ସରକାର ସଠିକ୍ ପଦକ୍ଷେପ ନେବେ। କେହି ଆଇନକୁ ନିଜ ହାତରେ ନେବା ଉଚିତ୍ ନୁହେଁ, ସେ ଆମ ଦଳର କର୍ମୀ ହେଉ କିମ୍ବା ଅନ୍ୟ କେହି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories