ଦୃଶ୍ୟମାନ ହେଲା ବୃହତ ନୀଳଜହ୍ନ
ଭୁବନେଶ୍ଵର: ଆକାଶରେ ଚମକିଲା ସୁପର ବ୍ଲୁ ମୁନ୍ । ଶ୍ରାବଣ ପୂର୍ଣ୍ଣିମା ଅବସରରେ ସୋମବାର ମଧ୍ୟରାତ୍ରୀରେ ଦୃଶ୍ୟମାନ ହୋଇଛି ବୃହତ ନୀଳ ଜହ୍ନ ବା ସୁପର ବ୍ଲୁମୁନ। ସାଧାରଣ ପୂର୍ଣ୍ଣିମାରେ ଆକାଶରେ ଝଟକୁ ଥିବା ଜହ୍ନ ଠାରୁ ଏହା ପଚିଶ ଶତାଂଶ ଉଜ୍ଜ୍ୱଳ ଏବଂ ଆକାରରେ ଦଶ ଶତାଂଶ ବଡ଼ । ଯଦି କୌଣସି ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ଆସିଲେ ଦ୍ବିତୀୟକୁ ବ୍ଲୁ ମୁନ କୁହାଯାଏ ।ସେହିପରି ଗୋଟିଏ ଋତୁରେ ଅର୍ଥାତ ତିନିମାସରେ ତିନୋଟି ପରିବର୍ତ୍ତେ ଚାରୋଟି ପୂର୍ଣ୍ଣିମା ପଡିଲେ ତୃତୀୟ ପୂର୍ଣ୍ଣିମା ନୀଳ ଜହ୍ନ ହୁଏ । ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ଏଭଳି ବଡ ସୁପର ମୁନ୍ ଦୃଶ୍ୟମାନ ହେବ।
Comments are closed.