ମୋବାଇଲ ରିଟେଲରସ୍‍ ଆସୋସିଏସନର ରକ୍ତଦାନ ଶିବିର : ସମ୍ବଲପୁର ଶାଖା ପକ୍ଷରୁ ୫୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର : ଅଲ ଇଣ୍ଡିଆ ମୋବାଇଲ ରିଟେଲରସ୍‍ ଆସୋସିଏସନ (ଆଇମ୍ରା)ର ସମ୍ବଲପୁର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଉତ୍ସର୍ଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୫ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଏହି ଶିବିରକୁ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ। ସମ୍ବଲପୁର ଶାଖା ସଭାପତି ସୁବାଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଆଇମ୍ରାର ସର୍ବଭାରତୀୟ ସାଧାରଣ ସମ୍ପାଦକ ସ୍ୱର୍ଗତଃ ଭବେଶ ସୋଲାଙ୍କିଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ମୋବାଇଲ ରିଟେଲରସ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଛି। ସମ୍ବଲପୁର ଶାଖା ପକ୍ଷରୁ ସମ୍ପାଦକ ପବନ ମହାପାତ୍ର, ଉପ ସଭାପତି ପ୍ରକାଶ ନାୟକ ଓ ଟି. ସୁନୀଲ କୁମାରଙ୍କ ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସର୍ଗ ଅନୁଷ୍ଠାନର ଅଶୋକ ପଣ୍ଡା ଓ ସୁଧିର ପୂଜାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଭଣ୍ଡାରର ଦେବାଶୀଷ ମିଶ୍ର, ପାଏନ୍‍ ଭୋଇ, ଜନକ ବେହେରା ଓ ପ୍ରଣବାନନ୍ଦ ଦନା ରକ୍ତ ସଂଗ୍ରହରେ ସହାୟତା କରିଥିଲେ।

kalyan agarbati

Comments are closed.