ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ରକ୍ତଦାନ ଶିବିର
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟ ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ୫୩ତମ ଏନଏସଏସ ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଯୋଗଦେଇ ଉଦ୍ଘାଟନ କରିଥିଲେ । ରକ୍ତଦାନ ମାନବ ସେବାର ଶ୍ରେଷ୍ଠ ନିଦର୍ଶନ ବୋଲି ନଗରପାଳ ଶ୍ରୀମତୀ ରାଉତ ପ୍ରକାଶ କରିବା ସହ ଛାତ୍ରୀ ଓ ମହିଳାମାନେ ବହୁ ସଂଖ୍ୟାରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କଟକ ରେଡକ୍ରସ ରକ୍ତଭଣ୍ଡାରର ଡାକ୍ତରୀ ଦଳ ଏହି ଶିବିରରେ ଉପସ୍ଥିତ ରହି ୩୨ଜଣ ଛାତ୍ରୀ ଓ ସ୍ୱେଚ୍ଛାସେବୀଙ୍କର ରକ୍ତସଂଗ୍ରହ କରିଥିଲେ। ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ୍ତ ଦାସ ଓ ଆବାହକ ରାକେଶ ଦାଶ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ବସିରା ବେଗମ ଏବଂ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଅଧ୍ୟାପିକା ବବିତା ସାହୁୁ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.