‘ସମାଜ’ ପକ୍ଷରୁ ଗରିବ ଓ ଅସହାୟଙ୍କୁ କମ୍ବଳ ବଣ୍ଟନ
କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ସବୁଠାରୁ ଅନୁନ୍ନତ ତଥା ପଛୁଆ ଗୋନାସିକା ପଞ୍ଚାୟତ ଜନ୍ତାରୀ, କୋଡିପଶା ପଞ୍ଚାୟତ ଭୂମିଜ ଗ୍ରାମ ଓ ବାରହାଗଡ଼ ପଞ୍ଚାୟତ ତଳସୁମଠ ଗ୍ରାମର ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଗରିବ ଓ ଅସହାୟ ୨୧୦ଜଣ ବୃଦ୍ଧବୃଦ୍ଧାମାନଙ୍କୁ ‘ସମାଜ ରିଲିଫ ପାଣ୍ଠି’ରୁ କମ୍ବଳ ବଣ୍ଟନ କରାଯାଇଛି। ଗୋପବନ୍ଧୁ ସେବା କେନ୍ଦ୍ରର ସଦସ୍ୟା ପୂଣ୍ୟଶୀଳା ପାଣି, ପ୍ରଣତୀ ରାଉତ, ବୈଶାଳୀ ପ୍ରିୟଦର୍ଶିନୀ, ସ୍ମୀତା କୁଅଁର, ସ୍ୱେଛାସେବୀ ରାଜଲକ୍ଷ୍ମୀ ମଲ୍ଲିକ, ସଦସ୍ୟ ଡ.ବିମ୍ବାଧର ବେହେରା, ହୀରାଲାଲ ମାରାଣ୍ଡି, ଡା.ଉମାକାନ୍ତ ପତ୍ରୀ ପ୍ରମୁଖ ଅପହଞ୍ଚ ଏହି ୩ ଗ୍ରାମରେ ପହଞ୍ଚି ମୋଟ ୨୧୦ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବାଣ୍ଟିଥିଲେ। କେନ୍ଦୁଝର ଜିଲାରେ ଗତ ୧୫ ଦିନ ଧରି ଶୀତର ପ୍ରକୋପ ଜାରି ରହିଥିବା ବେଳେ ‘ସମାଜ ରିଲିଫ ପାଣ୍ଠି’ ପକ୍ଷରୁ ଏଭଳି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଏଥିସହ ସେବାକେନ୍ଦ୍ର ସଦସ୍ୟା ସଦସ୍ୟଙ୍କ ପକ୍ଷରୁ ଏହି ୩ ଗ୍ରାମର ଶିଶୁ ଓ କିଶୋର, ବାଳକ, ବାଳିକାମାନଙ୍କୁ ବିସ୍କୁଟ୍ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Comments are closed.