ଜାଣିଛନ୍ତି କି ବ୍ଲାକ୍‍ମୁନ କ’ଣ?

0

ନୂଆଦିଲ୍ଲୀ: ବ୍ଲୁମୁନ୍‍ ବିଷୟରେ ଅଳ୍ପେ ବହୁତେ ଆମେ ଜାଣିଛେ। ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଅବ୍ୟବହିତ ପୂର୍ବରୁ ରେଡ୍‍ ମୁନ୍‍ ବିଷୟରେ ଆଲୋଚନା ହେଉଛି। କିନ୍ତୁ ଜାଣିଛନ୍ତି କି ଏହାବାଦ୍‍ ମଧ୍ୟ ବ୍ଲାକ୍‍ ମୁନ୍‍ ପରି ଆହୁରି ଏକାଧିକ ମୁନ୍‍ ବା ଚନ୍ଦ୍ର ବିଷୟରେ ଉଲ୍ଲେଖ ଅଛି? ଆସନ୍ତୁ ଜାଣିବା ସେ ବିଷୟରେ –

ବ୍ଲୁମୁନ୍‍:

ପ୍ରଥମେ ୧୯୪୦ରେ ଫିଲିପ୍‍ ହିସ୍‍କକ୍‍ ବ୍ଲୁମୁନ୍‍ ବିଷୟରେ କହିଥିଲେ। ଗତ ତିିନି ଦଶନ୍ଧି ତଳୁ ଏହି ଶବ୍ଦ ନିୟମିତ ବ୍ୟବହୃତ ହୋଇ ଆସୁଛି। ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ୍‍ କୁହାଯାଏ। ଏହି ସମୟରେ ଚନ୍ଦ୍ରର ବର୍ଣ୍ଣ ନୀଳ ହୁଏ ନାହିଁ କି ସାଧାରଣ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ର ତୁଳନାରେ ଆକାର ବଡ଼ ହୁଏ ନାହିଁ। ତଥାପି ମହାକାଶବିଜ୍ଞାନୀମାନେ ମାସର ଦ୍ୱିତୀୟ ପୂର୍ଣ୍ଣିମାର ଚନ୍ଦ୍ରକୁ ବ୍ଲୁମୁନ୍‍ ଆଖ୍ୟା ଦେଇଛନ୍ତି। କ୍ୱଚିତ ମାସରେ ତିନି ଥର ପୂର୍ଣ୍ଣିମା ପଡ଼େ। ଗତ ଜାନୁଆରୀ ୩୧ ତାରିଖରେ ଏହି ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ସେହିପରି ଗତ ମାର୍ଚ୍ଚ ୩୧ ତାରିଖରେ ମଧ୍ୟ ବ୍ଲୁମୁନ୍‍ ଦେଖିବାକୁ ମିଳିଥିଲା। ବର୍ଷକରେ ଦୁଇଟି ବ୍ଲୁମୁନ୍‍ ଦେଖାଯିବା ମଧ୍ୟ ବିରଳ। ୧୯୯୯ ପରେ ୨୦୧୮ରେ ଏହି ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ୨୦୩୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ବିରଳ ସଂଯୋଗ ସଂଗଠିତ ହେବାର ସମ୍ଭାବନା ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି।

ସୁପରମୁନ୍‍:

prayash

ଏହି ସମୟରେ ଚନ୍ଦ୍ର ପୃଥିବୀର ନିକଟବର୍ତ୍ତୀ ହେଉଥିବାରୁ ସାଧାରଣ ପୂର୍ଣ୍ଣିମାଠାରୁ ୩୦ ପ୍ରତିଶତ ଉଜ୍ୱଳ ଓ ୧୪ପ୍ରତିଶତ ବଡ଼ ଆକାରରେ ଦୃଶ୍ୟମାନ ହୁଅନ୍ତି। ସେହି ସମୟର ଚନ୍ଦ୍ରକୁ ସୁପରମୁନ୍‍ କୁହାଯାଏ।

ବ୍ଲାକ୍‍ମୁନ୍‍:

ଯଦି ମାସରେ ଦ୍ୱିତୀୟ ଥର ଶୁକ୍ଲପକ୍ଷ ପ୍ରତିପଦା ହୁଏ ତେବେ ଦ୍ୱିତୀୟ ପ୍ରତିପଦାର ଜହ୍ନକୁ ବ୍ଲାକ୍‍ ମୁନ୍‍ କୁହାଯାଏ। ପ୍ରତି ୩୨ ମାସରେ ଥରେ ଏଭଳି ବିରଳ ଦୃଶ୍ୟ ଦେଖାଯାଏ।

ରେଡ୍‍ ମୁନ୍‍:

ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବେଳେ ରେଡ୍‍ ମୁନ୍‍ ଦେଖାଯାଏ। ଏହି ସମୟରେ ପୃଥିବୀର ସମ୍ପୂର୍ଣ୍ଣ ଛାଇ ଚନ୍ଦ୍ର ଉପରେ ପଡ଼େ। ଅନ୍ୟ ଅର୍ଥରେ କହିବାକୁ ଗଲେ ସୂର୍ଯ୍ୟଙ୍କ ଆଲୋକକୁ ପୃଥିବୀ ସମ୍ପୂର୍ଣ୍ଣ ଅବରୋଧ କରେ। ପୃଥିବୀର ଚତୁଃପାଶ୍ୱର୍ରୁ ଅଳ୍ପ ଛାଇ ମିଶା ଆଲୋକ ଚନ୍ଦ୍ର ଉପରେ ପଡ଼େ। ସେହି ଆଲୁଅରେ ଚନ୍ଦ୍ର ଲାଲ୍‍ ଦେଖାଯାଏ। ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖାଯାଇପାରିବ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଗ୍ରହଣ ଥିବାରୁ ତାହାକୁ ରେଡ୍‍ ମୁନ୍‍ କୁହାଯାଉଛି।

Leave A Reply