ଚତୁର୍ଥ ଦିନରେ ପହଞ୍ଚିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହେଉଥିବା ଧାରଣା

ଧାରଣାସ୍ଥଳରେ ରାଙ୍ଗାପାରୁ ଆଶ୍ରମର ମୃତ ଛାତ୍ରୀଙ୍କ ବାପା, ମାଆ: ଜିଲା ବନ୍ଦ ଡାକରା ପାଇଁ ଘୋଷଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଓ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହେଉଥିବା ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି । ଆଜିର ଧାରଣା ସ୍ଥଳରେ ରାଙ୍ଗାପାରୁ ଆଶ୍ରମର ମୃତ ଛାତ୍ରୀଙ୍କ ବାପା, ମାଆ ଆସି ଦିନ ତମାମ ବସି ରହିଥିଲେ ଏବଂ ନ୍ୟାୟ ମାଗିଥିଲେ। କିନ୍ତୁ ପ୍ରଶାସନ ଏହି ଘଟଣାରେ ଆଦୌ ମୁହଁ ଖୋଲୁନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ଧାରଣାର ନେତୃତ୍ୱ ନେଉଥିବା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର କହିଛନ୍ତି। ଘଟଣାରେ ସମ୍ପୂର୍ଣ୍ଣ ଭାବେ ବିଜେଡି ପ୍ରଶାସନ ସହ ସାମିଲ ହୋଇ ରାଜନୀତି କରୁଛି ଏବଂ ଏଭଳି ଘଟଣା କନ୍ଧମାଳ ଜିଲ୍ଲାରେ ଅନେକ ଥର ଲୋକଲୋଚନକୁ ଆସିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା କହି ପ୍ରଶାସନ ଉପରେ ଧାରଣା ସ୍ଥଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଫୁଲବାଣୀ ମୁନିସିପାଲିଟି ଚ୍ୟାରମେନ୍ ସ୍ମିତାରାଣୀ ମହାନ୍ତି । ଧାରଣା ସ୍ଥଳରେ ଛାତ୍ରୀଙ୍କ ବାପା, ମାଆ ଦୀର୍ଘ ସମୟ କାନ୍ଧୁଥିବାର ଦେଖିବାକୁ ମିଳିଥିବାବେଳେ ତାଙ୍କ ମାଆ ଯେଉଁମାନେ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ ସେମାନେ ଆମ ଅଭିଶାପରେ ଆଗାମୀ ଦିନରେ ଧ୍ବଂସ ହୋଇଯିବେ ବୋଲି କହିଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ ଏବଂ ବର୍ତ୍ତମାନ ଚାରିଦିନ ହେଲା ଧାରଣାରେ ବସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଦୌ କର୍ଣ୍ଣପାତ କରୁନଥିବାରୁ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କ ଉପରେ ଆଦୌ ଭରସା ନାହିଁ ପ୍ରଶାସନ ବିଜେଡି ଚାପରେ ଚାପି ହୋଇଯାଇଛି ଏବଂ ଆମେ ଏଥିରେ ସାଧାରଣ ଲୋକଙ୍କ ସହଯୋଗ ନେଇ ଏ ଲଢେଇ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢିବୁ କହି ଆଶନ୍ତା ବୁଧବାର ଦିନ ଭିତରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଜିଲ୍ଲା ବନ୍ଦ ଡାକରା ପାଇଁ ତାରିଖ ଘୋଷଣା କରିବୁ ବୋଲି ଧାରଣା ସ୍ଥଳରୁ ଯୁବମୋର୍ଚ୍ଚା ସଭାପତି କହିଛନ୍ତି।

prayash

କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ପରିଚାଳନା କରିଥିବା ବେଳେ ଧାରଣା ସ୍ଥଳରେ ବରିଷ୍ଠ ବିଜେପି ନେତା ରାମବିଶି ଦିଗାଲ, ଅଜିତ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ଭଗବାନ ମହାନ୍ତି, କମଳାକାନ୍ତ ପାଣ୍ଡେ, ଲିଙ୍ଗରାଜ ଦଳବେହେରା, ଦେବନାରାୟଣ ପ୍ରଧାନ, ଅଭୟ ପାତ୍ର, ମୋତିଲାଲ୍ ଦିଗାଲ୍, ଚନ୍ଦ୍ର ପଣ୍ଡା, ଝୁଲିମା ଦଳବେହେରା, ଆଦିତ୍ୟ କଅଁର , ମୁକ୍ତି ମହାନ୍ତି, ସଂଜିତ୍ ପାତ୍ର, ତପନ ପାଢୀ, ସମିର୍ ମହାପାତ୍ର, ବାବୁଲା ମାଝୀ, ଶ୍ରୀରାମ ବାରିକ, ଅନାଇଁ ମୁଖି, ଲଲିତ ପ୍ରଧାନ, ପୁରଜନ କଅଁର, ଶୁଶିଲ କଅଁର , ଅରବିନ୍ଦ ପଟ୍ଟନାୟକ, ବିରେନ୍ଦ୍ର କଅଁର, କାହ୍ନୁ ପୃଷ୍ଟି, ରାଜକିଶୋର ପ୍ରଧାନ, ଲୋଚନ ମଲିକ, ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ।

kalyan agarbati

Comments are closed.