www.samajalive.in
Sunday, December 7, 2025
13.1 C
Bhubaneswar

ହାଇଦ୍ରାବାଦ ପୁଲିସ ନାଁରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟ ଓକିଲଙ୍କ ଦାବି, ଏନକାଉଣ୍ଟରକୁ ପ୍ରଶଂସା କଲେ ମାୟାବତୀ ଓ ବିଜେପି

ହାଇଦ୍ରାବାଦ: ହାଇଦ୍ରାବାଦ ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହି ଘଟଣାକୁ ବହୁ ସଂଖ୍ୟାରେ ପ୍ରଶଂସା କରାଯାଉଥିବାବେଳେ ପୁଲିସର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ଓକିଲ ବୃନ୍ଦା ଗ୍ରୋଭର ପୁଲିସ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ପୁଲିସ ବିରୋଧରେ ମାମଲା ରୁଜୁ କରି ପୂରା ଘଟଣାକୁ ସ୍ବତନ୍ତ୍ର ନ୍ୟାୟିକ ତଦନ୍ତ କରାଯିବା ଆବଶ୍ୟକ ବୋଲି ଗ୍ରୋଭର କହିଛନ୍ତି। ମହିଳାଙ୍କ ନାମରେ କୌଣସି ପୁଲିସ ଏନକାଉଣ୍ଟର କରିବା ଭୁଲ ବୋଲି ସେ କହିଛନ୍ତି।

ଏହି ଘଟଣାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି, ଏନକାଉଣ୍ଟର ସବୁବେଳେ ଠିକ୍‌ ହୋଇ ନ ଥାଏ। ଏହି ମାମଲାରେ ପୁଲିସର ଦାବି ଅନୁସାରେ ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ଖସିଯାଉଥିଲେ। ସେଥିଲାଗି ବୋଧହୁଏ ପୁଲିସର ନିଷ୍ପତ୍ତି ଠିକ୍‌। ଆମର ଦାବି ଥିଲା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡ ଦିଆଯାଉ ଏବଂ ପୀଡ଼ିତାଙ୍କୁ ତ୍ଵରିତ ନ୍ୟାୟ ମିଳୁ। ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଅଧୀନରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଆଜି ଲୋକମାନେ ଏନକାଉଣ୍ଟରରେ ଖୁସି ଅଛନ୍ତି, କିନ୍ତୁ ଆମର ସମ୍ବିଧାନ ଅଛି, ଆଇନ ପ୍ରକ୍ରିୟା ରହିଛି।

- Advertisement -

ଅନ୍ୟପଟେ ଏନକାଉଣ୍ଟର ପାଇଁ ହାଇଦ୍ରାବାଦ ପୁଲିସର ପ୍ରଶଂସା କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ଭାରତୀୟ ଜନତା ପାର୍ଟି। ମାୟାବତୀ କହିଛନ୍ତି, ଉତ୍ତର ପ୍ରଦେଶ ପୁଲିସ ହାଇଦ୍ରାବାଦ ପୁଲିସଠାରୁ କିଛି ଶିଖିବା ଜରୁରୀ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ନିଜ ଦଳର ଅଭିଯୁକ୍ତମାନଙ୍କୁ ବି ଜେଲ ପଠାଇଥିଲି। ଉତ୍ତର ପ୍ରଦେଶ ପୁଲିସ ଏବଂ ଦିଲ୍ଲୀ ପୁଲିସ ନିଜର ଆଭିମୁଖ୍ୟ ବଦଳାଇବା ଜରୁରୀ।

ସେହିପରି ବିଜେପି ନେତା କପିଳ ମିଶ୍ରା କହିଛନ୍ତି, ଧନ୍ୟବାଦ ହାଇଦ୍ରାବାଦ ପୁଲିସ। ଏହା ବଳାତ୍କାରୀମାନଙ୍କୁ ମୁକାବିଲା କରିବାର ପ୍ରକୃତ ପ୍ରକ୍ରିୟା। ଆଶା ରହିଛି ଅନ୍ୟ ରାଜ୍ୟର ପୁଲିସ ଆପଣଙ୍କଠାରୁ ଶିଖିନେବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories