ସିବିଆଇ ହେପାଜତରେ ବିଜେପି ବିଧାୟକ

0

ଲକ୍ଷ୍ନୌ: ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲ୍‍ଦୀପ ସିଂହ ସେଙ୍ଗାରଙ୍କୁ ସିବିଆଇ ହେପାଜତକୁ ନେଇଛି। ଗତ କାଲି ଏହି ମାମଲାରେ ଆଲ୍ଳାହାବାଦ୍‍ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିବା ପରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। କୁଲ୍‍ଦୀପଙ୍କୁ ତାଙ୍କ ଇନ୍ଦିରାନଗର ବାସଭବନରୁ ଆଜି ଭୋର ୪.୩୦ ମିରେ ଉତ୍ତରପ୍ରଦେଶ ପୁଲିସ ସହାୟତାରେ ସିବିଆଇ ହଜରତ୍‍ଗଞ୍ଜ ସ୍ଥିତ ହେଡ୍‍କ୍ୱାର୍ଟର୍ସକୁ ନେଇ ପଚରାଉଚୁରା ଆରମ୍ଭ କରିଛି। ତାଙ୍କୁ ଅଦ୍ୟାବଧି ଗିରଫ କରାଯାଇ ନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସିବିଆଇ ତିନିଟି ମାମଲା ରୁଜୁ କରିଛି।

Leave A Reply