ମୁସଲମାନ ନୁହେଁ ହିନ୍ଦୁଙ୍କ ପାଇଁ କାମ କର : ବିଜେପି ବିଧାୟକ

0

ବେଙ୍ଗାଲୁରୁ : ମୁସଲମାନଙ୍କୁ ନୁହେଁ କେବଳ ହିନ୍ଦୁଙ୍କ ପାଇଁ କାମ କର। କାରଣ କେବଳ ହିନ୍ଦୁ ମୋତେ ଭୋଟ ଦେଇଛନ୍ତି। କାଉନସିଲରଙ୍କୁ ଏଭଳି ନିର୍ଦେଶ ଦେଉଥିବା କର୍ଣ୍ଣାଟକର ଜଣେ ବିଜେପି ବିଧାୟକଙ୍କ ଏକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିଜେପିର ଏହି ବିଧାୟକଙ୍କ ନାମ ବାସନଗୌଡ଼ା ପାଟିଲ ୟତନାଲ ଓ ସେ ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ। ଭିଡ଼ିଓରେ ୟତନାଲ କହୁଛନ୍ତି ଯେ ମୁଁ ସବୁ କାଉନସିଲରଙ୍କୁ ଡାକିଲି ଓ ସେମାନଙ୍କୁ ହିନ୍ଦୁଙ୍କ ପାଇଁ କାର୍ଯ୍ୟ କରିବାକୁ କହିଲି କାରଣ ସେମାନେ ମୋତେ ଭୋଟ ଦେଇଛନ୍ତି। ବିଜାପୁର ବିଧାୟକ ୟତନାଲଙ୍କ ଏହା କହିବା ପରେ ଲୋକେ ହିନ୍ଦୁ ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳୁଛି। ଏହାପରେ ସେ କହିଛନ୍ତି ଯେ ମୁଁ ପ୍ରଥମରୁ ମୁସଲମାନଙ୍କୁ ମନା କରିଦେଇଥିଲି। ମୁଁ ନିଜ ଲୋକଙ୍କୁ କହିଥିଲି ମୋ କାର୍ଯ୍ୟାଳୟକୁ ଯେପରି ଟୋପି ଏବଂ ବୁରକା ପିନ୍ଧୁଥିବା ଲୋକେ ନଆସନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟତନାଲଙ୍କ ଏହି ମନ୍ତବ୍ୟ ଜୁନ୍‍ ୪ରେ ବିଜାପୁରର ଏକ କାର୍ଯ୍ୟକ୍ରମରେ ଦେଇଛନ୍ତି।

Leave A Reply