ଭାଜପା ଜିଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ
ସମ୍ବଲପୁର : ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଚେରୀ ସ୍ଥିତ ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ବୈଠକରେ ଜିଲା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ ସଭାପତିତ୍ୱ କରିଥିଲେ । ବୈଠକରେ ଭାଜପା ରାଜ୍ୟ ଉପ ସଭାପତି ତଥା ବିଧାୟକ ନାଉରୀ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ସମ୍ବଲପୁର ଜିଲା ପ୍ରଭାରୀ ପ୍ରତିମା ମିଶ୍ର, ଜିଲା ସଭାପତି ଗିରିଶ ପଟେଲ, ପୂର୍ବତନ ବିଧାୟକ ରବି ନାୟକ, ସବିତା ନନ୍ଦ, ପୁଷ୍ପାଞ୍ଜଳି ଜେନା, ପ୍ରଭାସିନୀ ଦାଶ ଓ ସଂଯୁକ୍ତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବୈଠକରେ ଦଳର ସଙ୍ଗଠନକୁ ବୁଥ ସ୍ତରରୁ ମଜବୁତ କରିବା ପାଇଁ ସଦସ୍ୟା ମାନଙ୍କର ସୁଚିନ୍ତିତ ମତାମତ ନିଆଯାଇଥିଲା । ଏଥି ସହ ବୈଠକରେ ସମ୍ବଲପୁରରେ ନିଶା କାରବାର, ପାନ ଦୋକାନ ମାନଙ୍କରେ ବେଆଇନ ଗୁଟଖା ବ୍ୟବସାୟ, ଟ୍ରାଫିକ ସମସ୍ୟା, ନିଗମ ଅଞ୍ଚଳର ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଗୋ- ହତ୍ୟା, ନାବାଳିକାଙ୍କ ଅପହରଣ, ନିଖୋଜ, ବାଂଲାଦେଶୀ ମାନଙ୍କର ଅନୁପ୍ରବେଶ, ସ୍ଥାନୀୟ ମହିଳା ମାନଙ୍କ ପ୍ରତି ଅସଦାଚରଣ, ଚୋରୀ, ନିଶା କାରବାର, ବସ୍ତି ବାସିନ୍ଦା ମାନଙ୍କୁ ସ୍ଥାୟୀ ପଟ୍ଟା ଆଦି ବିଷୟ ବସ୍ତୁ ଉପରେ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା । ଏଥି ସହ ଏହି ସମସ୍ତ ବିଷୟ ଗୁଡିକ ଉପରେ ମହିଳା ମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଜନତାଙ୍କ ସମର୍ଥନରେ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଉଦ୍ୟମ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଦିବସ ବ୍ୟାପି ଆୟୋଜିତ ଏହି ବୈଠକରେ ରୁନୁ ପ୍ରଧାନ, ଅନୁସୟା ସାମଲ, ଆରତି ବରାଡ, ଅମୁଲ୍ୟା ସାହୁ, ଭବାନୀ ଧୁସର, ସୁଜାତା ଗୁରୁ, ସୁବର୍ଣ୍ଣ କହଁର, ମେଜ ସାହୁ, ଲକ୍ଷ୍ମୀ ସାହୁ, ସେବତୀ ପଟ୍ଟନାୟକ, ସୀତାକାନ୍ତି ମେସୁଆ ଙ୍କ ସମେତ ଶତାଧିକ ସଦସ୍ୟା ଜିଲାର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିଲେ।
Comments are closed.