www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ

ଗୋପାଳପୁର: ଗୋପାଳପୁର ଅଞ୍ଚଳର ଜଣେ ବିଜେପି ନେତା ବି. କୁର୍ମାଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯିବା ପରେ ଅପହରଣ କରାଯାଇଛି। ଏହା ପରେ ତାଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ କରାଯାଇଛି। ଏ ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅପହରଣ ପରେ ପୁଣି ଆକ୍ରମଣ ସମୟରେ ପୁଲିସ ପହଞ୍ଚି ଯିବାରୁ କୁର୍ମାଙ୍କ ଜୀବନ ରକ୍ଷା ପାଇଯାଇଛି। ପୁଲିସକୁ ଦେଖି ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ରହୁଥିବା ବିଜେପି ନେତା ତଥା ବି. କୁର୍ମା ସୋମବାର ରାତି ପ୍ରାୟ ୧୧ ଟାବେଳେ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଠିଆ ହୋଇଥିଲେ। ଏହି ସମୟରେ କରାପଲ୍ଲୀର ୬ ଜଣ ଯୁବକ ହଠାତ ତାଙ୍କ ନିକଟରେ ପହଞ୍ଚି ଖଣ୍ଡା, କାତି ଓ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ଏହା ସହ ଆହତ ଅବସ୍ଥାରେ କୁର୍ମାଙ୍କୁ ଘଟଣା ସ୍ଥଳରୁ ପ୍ରାୟ ୬ କିମି ଦୂର କରାପଲ୍ଲୀର ଏକ ନିର୍ଜନ ଅନ୍ଧାରୁଆ ସ୍ଥାନକୁ ନେଇ ସେଠାରେ ପୁଣି ଆକ୍ରମଣ କରିଥିଲେ। ତାଙ୍କଠାରୁ ୪୦ ହଜାର ଟଙ୍କା ଲୁଟ୍ କରିଥିଲେ। ଠିକ୍ ସମୟରେ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ ବୋଲି କୁର୍ମା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆକ୍ରମଣରେ କୁର୍ମାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣା ନେଇ ଗୋପାଳପୁର ବିଜେପିରେ ତୀବ୍ର ଉତ୍ତେଜନା ଦେଖା ଦେବା ସହ ତୁରନ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରିବାକୁ ଦାବି ଜଣାଯାଇଛି। ଅନ୍ୟପଟେ କୁର୍ମାଙ୍କୁ ଯେଉଁ ସ୍ଥାନରେ ମାଡ ମାରିବା ସହ ଅପହରଣ କରାଯାଇଥିଲା , ତାହା ଚମାଖଣ୍ଡି ଥାନା ଅଧୀନରେ ଆସୁଥିବାରୁ ଗୋପାଳପୁର ପୁଲିସ ମାମଲା ରୁଜୁ କରି ନ ଥିବା ଜଣାପଡିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories