କର୍ଣ୍ଣାଟକ ନିର୍ବାଚନ : ବିଜେପିର ୮୨ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ଏହି ପ୍ରାର୍ଥୀ ତାଲିକାରେ ୮୨ଜଣଙ୍କ ନାମ ରହିଛି। ଏହା ପୂର୍ବରୁ ଗତ ସପ୍ତାହରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୭୪ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ଦୁଇ ଥରକୁ ମିଶାଇ ବିଜେପି ଏପର୍ଯ୍ୟନ୍ତ ୧୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପିର ଆଉ ୭୦ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି । ତାଲିକା ଅନୁଯାୟୀ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍‌ ୟେଦୁରପ୍ପା ଶିକାରୀପୁର ଆସନରୁ ନିର୍ବାଚନ ଲଢିବେ । ପ୍ରକାଶ ଯେ ରବିବାର କଂଗ୍ରେସ ତାର ପ୍ରଥମ ପ୍ରାର୍ଥୀ ତାଲିକାରେ ୨୧୮ଜଣଙ୍କ ନାମ ପ୍ରକାଶ କରିଛି। କଂଗ୍ରେସ ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଚାମୁଣ୍ଡେଶ୍ୱରୀ ଆସନରୁ ନିର୍ବାଚନ ଲଢିବେ। ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ବରୁଣ ଆସନରୁ, ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡିଙ୍କ ଝିଅ ସୌମ୍ୟ ଜୟନଗର ଆସନରୁ ନିର୍ବାଚନ ଲଢିବେ। ମେ ୧୨ରେ କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ୧୫ରେ ଭୋଟ ଗଣତି ହେବ। ସଂପ୍ରତି ଶାସକ କଂଗ୍ରେସ ପାଖରେ ୧୨୨ ବିଧାନସଭା ଆସନ, ବିଜେପି ପାଖରେ ୪୩ ଓ ଜେଡିଏସ୍‌ ନିକଟରେ ୩୭ ଆସନ ରହିଛି।

Leave A Reply