ଅନଶନ ପୂର୍ବରୁ ପେଟପୂଜା : କଂଗ୍ରେସ ପରେ ଧରାପଡିଲେ ବିଜେପି ନେତା

0

ପୁଣେ : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପାର୍ଲାମେଣ୍ଟ ଅଧିବେଶ ଧୋଇଯିବା ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅନଶନ ଆରମ୍ଭ କରିବା ପୂର୍ବରୁ ବିଜେପିର ଦୁଇ ନେତା ପୁଣେଠାରେ ଖାଦ୍ୟ ଖାଇବା ବେଳେ ଧରାପଡିଛନ୍ତି। ଏମାନେ ହେଲେ ଖାଦାକୱାସଲା ବିଧାୟକ ଭୀମରାଓ ତାପକିର ଏବଂ ମାଭାଲ ବିଧାୟକ ସଞ୍ଜୟ ଭେଗାଡେ। ବିଧାୟକମାନେ ସ୍ନାକ୍ସ ଖାଉଥିବାର ଏକ ଭିଡିଓ ପ୍ରକାଶ ପାଇଛି। ପୂର୍ବରୁ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହିଭଳି ଅନଶନ ବେଳେ ଦଳୀୟ ନେତାମାନେ ଏକ ହୋଟେଲରେ ଖାଦ୍ୟ ଖାଇଥିବା ନେଇ ବିଜେପି ନେତାମାନେ ଅଭିଯୋଗ କରିଥିଲେ। ଏ ନେଇ ଏକ ଭିଡିଓ ଓ ଫଟୋ ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ବିଜେପିର ଦୁଇ ନେତା ଜୁଙ୍ଗଲି କହାରାଜ ରୋଡଠାରେ ସ୍ନାକ୍ସ ଖାଇବା ଭିଡିଓ ପ୍ରକାଶ ପାଇବା ପରେ ବିଧାୟକ ତାପକିର ଦୋଷ ସ୍ୱୀକାର କରିଛନ୍ତି।

Leave A Reply