www.samajalive.in
Monday, December 15, 2025
15.1 C
Bhubaneswar

ବିଜେପି କୋର୍ କମିଟି ବୈଠକ: ଆଜି ଫୋକସରେ ଓଡିଶା

ନୂଆଦିଲ୍ଲୀ: ଓଡିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ। ସୋମବାର ବିଳମ୍ବିତ ରାତିରେ ସରିଲା ଦଳର କୋର କମିଟି ବୈଠକ। ଆଜି (ମଙ୍ଗଳବାର) ପୁଣି ଓଡିଶା ସମ୍ପର୍କରେ ହେବ ବିସ୍ତୃତ ଆଲୋଚନା। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୮ଟି ରାଜ୍ୟରୁ ଆସିଥିବା ଦଳୀୟ ନେତୃବୃନ୍ଦ ଯୋଗଦେଇଥିଲେ। ଏହି ୮ଟି ରାଜ୍ୟ ଗୁଡିକ ହେଲା ଉତ୍ତର ପ୍ରଦେଶ , ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା , ଓଡିଶା , ସିକିମ୍ , ମହାରାଷ୍ଟ୍ର ଓ ଗୁଜୁରାଟ । ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ ଉତ୍ତର ପ୍ରଦେଶର ୨୫ଟି ସିଟ୍ , ରାଜସ୍ଥାନର ୧୦ଟି ସିଟ୍ , ପଶ୍ଚିମବଙ୍ଗର ୨୩ଟି  ଓ ହରିୟାଣା ପରେ ଓଡିଶା ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ସହ ଦଳୀୟ ପ୍ରଭାରୀ ସୁନୀଲ ବଂଶଲ , ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ପ୍ରମୂଖ ବୈଠକରେ ଉପସ୍ଥିତ ଥିଲେ । ତେବେ ଆଜି ପୁଣି ଓଡିଶା ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ସୋମବାର ବୈଠକ ପରେ ସୂଚନା ଦେଇଛନ୍ତି ମନମୋହନ ସାମଲ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories