www.samajalive.in
Sunday, December 14, 2025
26.1 C
Bhubaneswar

ରାଳବରେ ଯୁବକକୁ ସଂଘବଦ୍ଧ ଆକ୍ରମଣ ଘଟଣା:୬ ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଠେଙ୍ଗା ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଗତ ୧୫ ତାରିଖରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣା ରେ ଜଡ଼ିତ ୬ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଆକ୍ରମଣ ରେ ବ୍ୟବହୃତ ଗୋଟିଏ ଖଣ୍ଡା ସହ ଗୋଟିଏ ଠେଙ୍ଗାକୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାଳବ ଗ୍ରାମର ହେଲେ ପି. ରାହୁଲ ପାତ୍ର , ଡି ବାଲୁ ପାତ୍ର, ଡି. ନାରସିହୁଂଲୁ, ପି. କୁର଼ମାୟା ପାତ୍ର, ପି. ଚାନ୍ଦ୍ରେୟା ପାତ୍ର ଓ ପି ଅଜିତ ପାତ୍ର ବୋଲି ପୁଲିସ ସୂଚନା ମିଳିଛି।
ରାଳବ ଗ୍ରାମର ଶେଷ ମୁଣ୍ଡ ରେ ଦୁବପଲ୍ଲୀ ରାସ୍ତାରେ ଗତ ୧୫ ତାରିଖ ସନ୍ଧ୍ୟା ସମୟରେ ବି ସନ୍ତୋଷ ପାତ୍ର ଙ୍କ ଛେଳି‌ ଗୁହାଳ ଠାରେ ସନ୍ତୋଷ ଥିବା ସମୟରେ ଉପରୋକ୍ତ ୬ ଜଣ ହଠାତ ସେଠାରେ ପହଞ୍ଚି ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଯାହାଫଳରେ ସନ୍ତୋଷଙ୍କ ଦୁଇ ହାତ ସମେତ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।ଘଟଣା ନେଇ ଖବର ପାଇ ସନ୍ତୋଷଙ୍କ ବଡ଼ ଭାଇ କ୍ରିଷ୍ଣା ସେଠାରେ ପହଞ୍ଚିବାରୁ ଅଭିଯୁକ୍ତମାନେ କ୍ରିଷ୍ଣାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡେଇ ଥିଲେ।
ଆକ୍ରମଣ ପରେ ପରିବାର ଲୋକେ ଆହାତ ସନ୍ତୋଷକୁ ପ୍ରଥମେ ବ୍ରହ୍ମପୁର ଓ‌ ପରେ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ। ଘଟଣାକୁ ନେଇ ଗାଁ ରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଆହାତ ସନ୍ତୋଷ ଙ୍କ ପରିବାର ବର୍ଗ ଅଭିଯୁକ୍ତ ରହିଥିବା ନାରସିହୁଂଲୁ ଓ ପି କୁର଼ମାୟା ପାତ୍ର ଙ୍କ ଘର ଉପରକୁ ପଥର ମାଡ କରିବା ସହ ଗୋଟିଏ ମଟରସାଇକେଲ କୁ ପୋଡି ଦେଇଥିବା ବେଳେ ଅନ୍ୟ ଟିକୁ ଭଙ୍ଗାରୁଜା କରିଥିଲେ। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା। ପୁଲିସ ପକ୍ଷରୁ ଗାଁ ରେ ପରିସ୍ଥିତି ଉପରେ ନଜର ରଖିବାକୁ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ , ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଆଇଆଇସି ବିବେକାନନ୍ଦ ସ୍ବାଇଁ ଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ପୁଲିସ ପକ୍ଷରୁ ପ୍ରଥମେ ଦୁଇଜଣଙ୍କୁ କାବୁ କରାଯିବା ପରେ ଅନ୍ୟ  ମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଯାଇଥିବା ପୁଲିସ ସୂଚନା ଦେଇଛି।
ଅନ୍ୟ ପଟେ ସାଜି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଙ୍କ ମଧ୍ୟରୁ ଗାଁ ରେ ଗଣ୍ଡଗୋଳ ସହ ଆକ୍ରମଣ ଘଟଣା ରେ ପୃର୍ବରୁ ଗତ ୨୦୨୨ ଅକ୍ଟୋବର ୨୯ ରେ ଥାନା କେସ ନଂ ୩୯୫/୨୨ ରେ ପି ରାହୁଲ, ଡି ନାରସିହୁଂଲୁ, ଡି .ବାଲୁ, ପି କୁର଼ମାୟା ପାତ୍ର ଓ ପି ଅଜିତ ପ୍ରମୁଖ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଅନ୍ୟ ପଟେ ଡି ନାରସିହୁଂଲୁ ଙ୍କ ପରିବାର ବର୍ଗଙ୍କ ପକ୍ଷରୁ ବି କ୍ରିଷ୍ଣା ଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସେମାନଙ୍କ ଘର ଉପରକୁ ପଥର ମାଡ ସହ ମୋଟର ସାଇକେଲ ପୋଡି ଦେଇଥିବା ନେଇ ୧୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories