ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ବିଜେପି କର୍ମୀ ଅଟକ

0

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଇବ୍‌ ନଦୀ ଉପରେ ନବ ନିର୍ମିତ ସେତୁକୁ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ବିଶୃଙ୍ଖଳ ପରିସ୍ଥିତକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖିଛି । ଏହି ୨.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ନିର୍ମାଣ ପାଇଁ ୧୧୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Leave A Reply