ହରଭଙ୍ଗା : ବୌଦ୍ଧ ନିର୍ବାଚନ ମଣ୍ଡଳୀର ୯ ନଂ ଜିଲ୍ଲା ପରିଷଦ ଜୋନର ବିଜେଡି ସାଙ୍ଗଠନିକ ବୈଠକ ସୋମବାର ଛତ୍ରଙ୍ଗଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଯୁବ ବିଜେଡି ସଭାପତି ମୃତ୍ୟଞ୍ଜୟ ମିଶ୍ର, ଉପସଦ୍ଭାପତି ପ୍ରଦୀପ ସାହୁ, ବସନ୍ତ ସ୍ୱାଇଁଙ୍କ ସମତେ ୯ନଂ ଜୋନର ୭ଟି ପଂଚାୟତର ପ୍ରାୟ ଶତାଧିକ ବିଜେଡି କର୍ମି ବୈଠକରେ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନରେ ବିଜୟୀ କରିବାକୁ ଶପଥ ନେଇଥିଲେ।
Popular Categories



