www.samajalive.in
Sunday, December 7, 2025
13.1 C
Bhubaneswar

ରାମନାଗୁଡାରେ ବିଜେଡିର ଶକ୍ତି ପ୍ରଦର୍ଶନ

ରାମନାଗୁଡା: ରାୟଗଡା ଜିଲ୍ଲାରେ ଗତ ୨୦୧୭ ମସିହାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ କଂଗ୍ରେସ ହାତେଇଥିବା ବେଳେ ରାମନାଗୁଡା ବ୍ଲକ ରେ ୨ଟି ଜିଲ୍ଲା ପରିଷଦ ଆସନ ବିଜେପି ହାତକୁ ଚାଲି ଯାଇଥିଲା କିନ୍ତୁ ଗତଥର ଏହି ଆସନ ପାଇବା ପାଇଁ ବିଜୁ ଜନତା ଦଳ ବହୁ କଷ୍ଟ କରି ସୁଦ୍ଧା ହାତଛଡା କରିଥିଲା । କିନ୍ତୁ ଚଳିତ ବର୍ଷ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ପଲା ଭାରି ହୋଇଥିବା ମଙ୍ଗଳବାର ଦିନ ରାମନାଗୁଡା ବ୍ଲକର ‘କ’ ଜୋନର ୬ଟି ପଂଚାୟତ ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରି ଜନ ସମର୍ଥନ ରାଲି ମାଧ୍ୟମରେ ଵିଜୟ ବାନା ଉଡାଣ ମାଧ୍ୟମରେ ଭୋଟରଙ୍କୁ ଭୋଟ ଭିକ୍ଷା ଉଦାହରଣ ସୃଷ୍ଟି କରିଛି। ଏନେଇ ରାମନାଗୁଡା ସଦର ସମେତ ବିଭିନ୍ନ ପଂଚାୟତ ଅନ୍ତର୍ଗତ ଗାଁମାନଙ୍କରେ ବିରାଟ ରାଲିର ଆୟୋଜନ କରାଯାଇଥିଲା। ବିଜେଡ଼ି ଜିଲ୍ଲା ସଭାପତି ସୁଧୀର କୁମାର ଦାଶଙ୍କ ନେତୃତ୍ବରେ ବିଶାଳ ରୋଡ ଶୋ ମାଧ୍ୟମରେ ବାହାରି ସାହି ସାହି ଵୁଲି ମାଆ ମାଉସୀ ଭାଇ ଭଉଣୀ ଗୁରୁଜନମାନଙ୍କ ଆଶୀର୍ବାଦ ନେବା ସହ ଭୋଟ ଭିକ୍ଷାରେ ବାହାରିଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ। ଏହି ପରିପ୍ରେକ୍ଷୀରେ ରାମନାଗୁଡା ବ୍ଲକ ‘କ’ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଗଗନ ବିହାରୀ ଆଚାର୍ଯ୍ୟ ଓ ତାଙ୍କ ସହିତ ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ ଜିଲ୍ଲା ସଭାପତି ସୁଧୀର କୁମାର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୂୟା ମାଝୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗ୍ରାମକୁ ବାଇକ ରାଲି ମାଧ୍ୟମରେ ପ୍ରଚାର ନିମନ୍ତେ ଗସ୍ତ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଗଗନ ବିହାରୀ ଆଚାର୍ୟ୍ୟଙ୍କ ପାଇଁ ଭୋଟ ଭିକ୍ଷା ମାଗିଥିଲେ। ଏହି ଜନଗହଳି ପୂର୍ଣ୍ଣ ରାଲିରେ ନାଚ ଗୀତରେ ସମର୍ଥନ ଜଣାଇ ବିଭୋର ହେଉଥିଲେ ଯୁବପିଢୀମାନେ। ରାଲିରେ ଆବାଳ ବୃଦ୍ଧ ବନିତାଙ୍କ କଣ୍ଠରୁ ଶୁଭୁଥିଲା ଗଗନ ଭାଇ ଜିନ୍ଦାବାଦ୍, ବିଜେଡ଼ି ଜିନ୍ଦାବାଦ ଏତଦବ୍ୟତୀତ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ହୁଳହୁଳିରେ ଫାଟି ପଡୁଥିଲା ସାହି ଵସ୍ତି ମାନଙ୍କରେ। ପ୍ରାର୍ଥୀମାନେ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଜନକଲ୍ୟାଣ କାର୍ଯ୍ୟକ୍ରମ ସହ ବିଧାୟକ ରଘୁନାଥ ଗମାଙ୍ଗଙ୍କ ଜନକଲ୍ୟାଣ କାର୍ଯ୍ୟ ଏବଂ ବଳିଷ୍ଠ ନେତୃତ୍ଵକୁ ପାଥେୟ କରି ଭୋଟରଙ୍କ ନିକଟତର ହୋଇପାରିଛନ୍ତି। ଯାହା ଦେଖିବାକୁ ମିଳିଛି ଏହି ମାରାଥନ୍ ପ୍ରଚାରରେ ବାଇକ ରାଲିରେ ଜନତାଙ୍କ ଆଶୀର୍ବାଦ ଆଗାମୀ ଦିନରେ ଜନ ସେଵା କରିବାର ଏହି ପ୍ରାର୍ଥୀମାନଙ୍କୁ ସୁଯୋଗ ଦେବେ ବୋଲି ଜନସମର୍ଥନ ଏକପ୍ରକାର ଏହି ରାଲିରୁ ପ୍ରମାଣିତ ହୋଇଥିବା ରାଜନୈତିକ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଆଜିର ଏହି କାର୍ଯ୍ୟକ୍ରମ ଦଳର ମଣ୍ଟୁ ମହାରଣା, ରଞ୍ଜନ ନାୟକ ବେହେରା, ଜଗଦୀଶ ନାୟକ ବେହେରା, ସଞ୍ଜୟ ପ୍ରଧାନ, କମଳ ମୁଟିକା, ସମସ୍ତ କର୍ମୀ ପରିଚାଳନା କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଏକ ବାଇକ ରାଲି କରାଯିବା ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଙ୍ଗୁଡୁ ଶ୍ରୀଧରଙ୍କ ପାଇଁ ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ବ୍ଲକ ସଭାପତି ବାଞ୍ଛାନିଧି ବେହେରା, ଜିଲ୍ଲା ସଂପାଦକ ଆଇ ଆପାରାଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories