ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ତରଫରୁ ଏଚ୍ ଆର୍ କନ୍କ୍ଲେଭ ଆୟୋଜିତ
“ନୂତନ ଯୁଗୋପଯୋଗୀ ବ୍ୟବସାୟର ଆବଶ୍ୟକତା ପୂରଣ ପାଇଁ ଅଭିନବ ଏଚ୍ଆର୍ କୈାଶଳ”
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ସ୍କୁଲ ଅଫ ମ୍ୟାନେଜମେଣ୍ଟ ତରଫରୁ ଅନ୍ଲାଇନ୍ ମାଧ୍ୟମରେ ୧୨ ଫେବୃୟାରୀ ୨୦୨୨ରେ ଏକ ଏଚ୍ଆର୍ କନ୍କ୍ଲେଭ ଆୟୋଜିତ ହୋଇଯାଇଛି । ଆକ୍ୱିଲ ବୁର୍ସାଇ କନ୍ସଲ୍ଟିଂର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଆଇବିଏମ୍ କର୍ପୋରେସନର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡଃ ଆକ୍ୱିଲ ବୁର୍ସାଇ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ୟବସାୟ ପାଇଁ ମୂଲ୍ୟବୋଧର ଗୁରୁତ୍ୱ ଏବଂ ଭବିଷ୍ୟତ ଅପ୍ରତ୍ୟାଶିତ ଏବଂ ଆହ୍ୱାନପୂର୍ଣ୍ଣ ହୋଇଥିବାରୁ ଏକ ନୂତନ ଯୁଗ ପାଇଁ ନୂତନ ପ୍ରଥା ଏବଂ ନିତୀ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ସେ ତାଙ୍କ ଉଦ୍ଘାଟନୀ ଭାଷଣରେ କହିଛନ୍ତି । ଏଚ୍ଆର୍କୁ ନୂତନ ଚିନ୍ତାଧାରା ଆଣିବା, ବ୍ୟବସାୟକୁ ବୁଝିବା ଏବଂ ନୂତନ ଅଭ୍ୟାସକୁ କାର୍ଯ୍ୟକାରୀ କରିବାକୁ ପଡିବ ବୋଲି ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଚ୍ଆର୍ ଏଡିପିର ବରିଷ୍ଠ ନିର୍ଦ୍ଦେଶକ ସତ୍ୟନାରାୟଣ ଭିଞ୍ଜାମୁରୀ ମୁଖ୍ୟ ବକ୍ତା ରୂପେ ଏହି କନ୍କ୍ଲେଭରେ ଯୋଗ ଦେଇଥିଲେ । ଶାର୍କଟ୍ୟାଙ୍କ ଇଣ୍ଡିଆର ଉଦାହରଣ ଦେଇ ସେ କହିଥିଲେଯେ ସବୁ ବୟସର ଲୋକମାନେ ବ୍ୟବସାୟକୁ କିପରି ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି ଏବଂ ମୈାଳିକତାକୁ ଅବଲମ୍ବନ କରିବା ହେଉଛି ସଫଳତାର ଚାବିକାଠି ।
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରଫେସର ପି.ପି. ମାଥୁର ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ସ୍ମାର୍ଟ କାମ ଓ ଅନ୍ଟାଇମ ଆଉଟପୁଟ ଚାଳିତ ପଦକ୍ଷେପ ନେଇ ପ୍ରତିଯୋଗୀତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିର୍ଲ୍ଲା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପି. ନାୟକ କନ୍କ୍ଲେଭର ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ନୂତନ ଯୁଗୋପଯୋଗୀ ବ୍ୟବସାୟରେ ସଫଳତାର ମୁଖ୍ୟ କାରକ ଯଥା: ମାନବ- ଯନ୍ତ୍ର ଏକୀକରଣ, ଶ୍ରମିକ ପରିଚାଳନା, ଏଚ୍ଆର୍ଙ୍କ ଭୂମିକା ଇତ୍ୟାଦି ଉପରେ ଧ୍ୟାନ ଦେବାକୁ ସେ କହିଥିଲେ । ଏହି କନ୍କ୍ଲେଭର ଆବାହକ ଏବଂ ଆସୋସିଏଟ ପ୍ରଫେସର ଡଃ ଅର୍ଚ୍ଚନା ଚୈାଧୁରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କନ୍କ୍ଲେଭରେ ଦୁଇଟି ପ୍ୟାନେଲ ଆଲୋଚନା ହୋଇଥିଲା । ପ୍ରଥମଟି ମହାମାରୀ ପୂର୍ବର ଏବଂ ମହାମାରୀ ପରେ ଏଚ୍ଆର୍ର ସମସ୍ୟା ଓ ତାକୁ ନେଇ ସୃଷ୍ଟି ହୋଇଥିବା ଅହ୍ୱାନ ଉପରେ ଥିଲା । ଦିତ୍ୱୀୟଟି ନୂତନ ଯୁଗର ବ୍ୟବସାୟରେ ପରିବର୍ତ୍ତନଶୀଳ ଏଚ୍ଆର୍ ଲିଡରଙ୍କ ଭୂମିକା ଉପରେ କରାଯାଇଥିଲା । ବିଭିନ୍ନ ଶିଳ୍ପଦ୍ୟୋଗରୁ୧୩ଜଣ ଏଚ୍ଆର ଲିଡର ଓ ଅଭ୍ୟାସଗତ ଏଚ୍ଆର୍ ଭାଗନେଇ ସେମାନଙ୍କର ଜ୍ଞାନ ବିତରଣ କରିଥିଲେ । କନ୍କ୍ଲେଭର ସହଯୋଗୀ ଆବାହକ ତଥା ଆଷିଷ୍ଟାଣ୍ଟ ପ୍ରଫେସର (ଓବି ଏବଂ ଏଚ୍ଆର୍)ଙ୍କ ଦ୍ୱାରା ପ୍ରସ୍ତାବିତ ଧନ୍ୟବାଦ ଅର୍ପଣ ସହିତ କନ୍କ୍ଲେଭ ଉଦ୍ଯାପନ ହୋଇଥିଲା ।
Comments are closed.